Latest Odisha News

BREAKING NEWS

ଖାକି ବର୍ଦ୍ଦିରେ ରାଣୀଙ୍କ ଦମଦାର୍ ଲୁକ୍, ସାମ୍ନାକୁ ଆସିଲା ‘ମର୍ଦାନୀ ୨’ର ଟ୍ରେଲର

ମୁମ୍ବାଇ: ଅନେକ ଦିନର ବ୍ୟବଧାନ ପରେ ପୁଣି ରୂପେଲି ପରଦାକୁ କମବ୍ୟାକ୍ କରିଛନ୍ତି ରାଣୀ ମୂଖାର୍ଜୀ । ନିକଟରେ ତାଙ୍କ ଅଭିନୀତ ‘ମର୍ଦାନୀ ୨’ର ଲୋମଟାଙ୍କୁରା ଟ୍ରେଲର ରିଲିଜ୍ ହୋଇଯାଇଛି।

ଏହି ଫିଲ୍ମରେ ରାଣୀ ଜଣେ ଦବଙ୍ଗ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରିଛନ୍ତି । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି ।

ଟ୍ରେଲରର ଆରମ୍ଭରେ ଦେଶରେ ହେଉଥିବା ନାବାଳିକା ଅପହରଣ, ଦୁଷ୍କର୍ମ ଓ ହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଛି । ଅଭିଯୁକ୍ତଙ୍କୁ ଧରିବା ଲାଗି ରାଣୀ ଜଣେ ପୋଲିସ ଅଫିସର ଭାବେ କିଭଳି ସାହାସର ସହ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ଫିଲ୍ମରେ ଅଭିନେତ୍ରୀ ରାଣୀ ମୂଖାର୍ଜୀଙ୍କ ସହ ବିକ୍ରମ ସିଂହ ଚୌହାନ, ଶ୍ରୁତି ବାପନା, ରାଜେଶ ଶର୍ମା ଓ ସୁଧାଂଶୁ ପାଣ୍ଡେ ପ୍ରମୁଖଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିଛି । ଏହି ଫିଲ୍ମର ନିର୍ଦ୍ଦେଶନା ଭାରଗୋପୀ ପୁଠରାଣ ତୁଲାଇଛନ୍ତି।

Comments are closed.