Latest Odisha News

BREAKING NEWS

ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନିକୁ ୮୪ କୋଟି ରିହାତି ପ୍ରଦାନ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଲକଡ଼ାଉନ୍ ସମୟରେ ବିଦ୍ୟୁତ୍ କିଣିବା ପାଇଁ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନି (ଡ଼ିସକମ) ଗୁଡ଼ିକୁ ଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ୮୪ କୋଟି ଟଙ୍କାର ରିହାତି ପ୍ରଦାନ। ଯାହା ଫଳରେ ରାଜ୍ୟରେ ବିଦ୍ୟୁତ୍ ବ୍ୟବହାର କ୍ଷେତ୍ରରେ ଉପୁଜିଥିବା ସମସ୍ୟା ଲାଘବ ହୋଇପାରିବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

 

ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟର ବିଦ୍ୟୁତ୍ ବିତରଣ କମ୍ପାନି ଗୁଡ଼ିକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଅଧୀନରେ ଥିବା ଏନଏଚପିସି ୩.୭୮ କୋଟି, ଏନଟିପିସି ୫୬.୮ କୋଟି ଏବଂ ପିଜିସିଆଇଏଲ ପକ୍ଷରୁ ୨୪.୩୫ କୋଟି ରିହାତି ଦିଆଯାଇଛି।

କରୋନା ସମୟରେ ଉପଭୋକ୍ତାମାନଙ୍କ ପାଇଁ ନିରନ୍ତର ବିଦ୍ୟୁତ୍ ସରବରାହ ପ୍ରଦାନ ଲକ୍ଷ୍ୟରେ ଏହି ଆର୍ଥିକ ରିହାତି ଦିଆଯାଇଛି ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି।

ବିଦ୍ୟୁତ୍ ଉତ୍ପାଦନ ଓ ସରବରାହ କମ୍ପାନୀ ଗୁଡିକ ପକ୍ଷରୁ ଦିଆଯାଇଥିବା ରିହାତି ଦ୍ୱାରା ଅନ୍ତଃରାଜ୍ୟ ବିଦ୍ୟୁତ୍ ସରବରାହ ଚାର୍ଜ ଏବଂ ବିଦ୍ୟୁତ ଚାର୍ଜର ରିହାତି ଉପଭୋକ୍ତାଙ୍କ ପାଖରେ ପହଞ୍ଚିପାରିବ । ଯାହା ଫଳରେ ରାଜ୍ୟର ବିଦ୍ୟୁତ୍ ଉପଭୋକ୍ତା ମାନେ ଅଧିକ ଉପକୃତ ହୋଇପାରିବେ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.