ମୁମ୍ବାଇ: ଅଲୁ ଅର୍ଜୁନଙ୍କ ‘ପୁଷ୍ପା-୨’କୁ ପସନ୍ଦ କରିଛନ୍ତି ଅଭିନେତ୍ରୀ କଙ୍ଗନା ରଣାୱତ। ଏଥିସହ ବଲିଉଡକୁ ଟାର୍ଗେଟ୍ କରିବାକୁ ମଧ୍ଯ ପଛାଇନାହାନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଅଲ୍ଲୁଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିବା ଚରିତ୍ରଟି ବହୁତ କଷ୍ଟସାଧ୍ୟ। କିନ୍ତୁ ଯଦି ସମାନ ଭୂମିକା ବଲିଉଡର ସେଲିବ୍ରିଟଙ୍କୁ ଦିଆଯାଇଥାନ୍ତା ସେମାନେ ବୋଧହୁଏ ତାହା କରିପାରିନଥାନ୍ତେ।
ଏମାନେ କୌଣସି ଷ୍ଟାଣ୍ଡାର୍ଡରୁ ବି ମେନ୍ ଷ୍ଟ୍ରିମ୍ ନୁହଁନ୍ତି। ଆମର ଶିଳ୍ପକୁ ୱାନ ଇଣ୍ଡଷ୍ଟ୍ରି କିମ୍ବା ଇଣ୍ଡିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରି କୁହାଯିବା ଉଚିତ୍। ଏହା ଭିତରେ ବିଭିନ୍ନ ଭାଗ ରହିବା ଉଚିତ୍। ଆପଣ ପ୍ରତ୍ୟେକ ଦର୍ଶକଙ୍କୁ ସମାନ ଗୁରୁତ୍ବ ଦେବା ଉଚିତ୍। ଆମ ଚଳଚ୍ଚିତ୍ର ଶିଳ୍ପକୁ ଆସୁଥିବା ଲୋକମାନେ ବାହାରୁ ଆସୁଥିଲେ। ସେମାନେ ଦେଖିଥିଲେ ଯେ ରିକ୍ସା ଚଳାଇବା କ’ଣ, ଘରେ ଜଣେ ମା କିପରି କାମ କରେ। ସତ ଜୀବନରେ କଣ ଘଟେ ସେମାନେ ଜାଣିଥାନ୍ତି। ହେଲେ ଏହି ଲୋକମାନେ ଏକ ବବଲରେ ରହୁଛନ୍ତି। ସେଥିପାଇଁ ମୋର ସେମାନଙ୍କ ସହ ସମସ୍ୟା ଅଛି। ସେମାନେ ସେହି ବବଲରୁ ବାହାରକୁ ଆସିବାକୁ ଚାହାଁନ୍ତି ନାହିଁ। ଏହି ଲୋକମାନେ କେବଳ ଜିମ୍, ଇଞ୍ଜେକ୍ସନ୍, ପାଇଲେଟ୍ସ, ପ୍ରୋଟିନ୍ ଶେକ୍ ଏଥିରେ ଅଟକି ରହିଛନ୍ତି।
ବାସ୍ତବତା ସହିତ ଏହି ଲୋକମାନଙ୍କର କୌଣସି ସମ୍ପର୍କ ନାହିଁ। ‘ପୁଷ୍ପା ୨’ରେ ଅଭିନେତା ଯେଉଁ ଭୂମିକା ନିଭାଇଛନ୍ତି, ତାହା ହେଉଛି ଜଣେ ଶ୍ରମିକର। ଆଜି ଆମ ବଲିଉଡର କେଉଁ ହିରୋ ଜଣେ ଶ୍ରମିକ ଭୂମିକାରେ ଅଭିନୟ କରିବାକୁ ଚାହୁଁଛନ୍ତି? କେହି ନୁହେଁ ଏହି ଯୁବକମାନେ କେବଳ ସିକ୍ସ ପ୍ୟାକ୍ ଅବସ୍, ହଟ୍ ବେବ୍ସ, ବେଳାଭୂମି, ବାଇକ୍, ଟଶନ୍, ଆଇଟମ୍ ନମ୍ବର ଚାହୁଁଛନ୍ତି।