Latest Odisha News

BREAKING NEWS

ଜୋ ବିଡେନଙ୍କ ସର୍ତ୍ତ: ଟ୍ରମ୍ପ କରୋନା ସଂକ୍ରମିତ ଥିଲେ ଡିବେଟକୁ ଯିବେନି

ଓ୍ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନା ସଂକ୍ରମିତ ହୋଇଛନ୍ତି । ହସ୍ପିଟାଲରେ ତିନି ଦିନ ଚିକିତ୍ସା ପରେ ହ୍ୱାଇଟ ହାଉସକୁ ଫେରିଛନ୍ତି । ଆସନ୍ତା ୧୫ ତାରିଖରେ ରାଷ୍ଟ୍ରପତି ନିର୍ବାଚନ ନେଇ ଦ୍ୱିତୀୟ ଡିବେଟ୍ । ତା ପୂର୍ବରୁ ଟ୍ରମ୍ପଙ୍କ ଆଗରେ ସର୍ତ୍ତ ରଖିଛନ୍ତି ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବିଡେନ୍ ।

ଜୋ ବିଡେନ୍ କହିଛନ୍ତି, ଡୋନାଲ୍ଡ ଟ୍ରମ୍ପ ସମ୍ପୂର୍ଣ୍ଣ ଭାବରେ ସଂକ୍ରମଣମୁକ୍ତ ନହେବା ଯାଏଁ ସେ ଡିବେଟରେ ଭାଗ ନେବେ ନାହିଁ । ବିଡେନଙ୍କ ଏଭଳି ମନ୍ତବ୍ୟ ପରେ ଦ୍ୱିତୀୟ ଡିବେଟ ପୂର୍ବରୁ ଟ୍ରମ୍ପଙ୍କୁ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ ଦେବାକୁ ପଡ଼ିପାରେ ।

ଗତକାଲି ଟ୍ରମ୍ପ ମେରୀଲ୍ୟାଣ୍ଡ ସ୍ଥିତ ଓ୍ୱାଲଟର ରିଡ୍ ମିଲିଟାରୀ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ । ଏହାପରେ ଟ୍ରମ୍ପଙ୍କ କ୍ୟାମ୍ପେନ ମ୍ୟାନେଜର କହିଥିଲେ, ରାଷ୍ଟ୍ରପତି ପରବର୍ତ୍ତୀ ଡିବେଟ୍ ପାଇଁ ପ୍ରସ୍ତୁତ । ସେହିପରି ଟ୍ରମ୍ପଙ୍କର ଆଉ ଜଣେ ପରାମର୍ଶଦାତା ଷ୍ଟିଫନ ମିଲର ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ଆଜି ପ୍ରଥମ ଉପରାଷ୍ଟ୍ରପତି ଡିବେଟ୍ ଅନୁଷ୍ଠିତ ହେବ । ମୁହାଁମୁହିଁ ହେବେ ରିପବ୍ଲିକାନ୍ ପ୍ରାର୍ଥୀ ମାଇକ୍ ପେନ୍ସ ଓ ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହାରିସ୍ ।

Leave A Reply

Your email address will not be published.