Latest Odisha News

BREAKING NEWS

ବଲିଉଡ ଲକ୍‌-ଡାଉନ; କ୍ୱାରେଣ୍ଟାଇନ୍ ଲଭରେ ମସଗୁଲ୍ ମିକା ସିଂ !

ମୁମ୍ବାଇ: ସାରା ଦେଶରେ ଜାରି ରହିଛି ଲକ୍‌-ଡାଉନ୍ । ନିଜନିଜ ଅନ୍ଦାଜରେ ବଲିଉଡ ସେଲିବ୍ରିଟି ଲକ୍‌-ଡାଉନ ଅବଲମ୍ବନ କରିବା ସହ ଦର୍ଶକଙ୍କ ମନୋରଂଜନ କରୁଛନ୍ତି । ତେବେ ମିକା ସିଂ ନିକଟରେ ଦର୍ଶକଙ୍କ ପାଇଁ ଏକ ଗୀତ ରିଲିଜ କରିଛନ୍ତି ।

କ୍ୱାରେଣ୍ଟାଇନ୍ ଲଭ ଉପରେ ଆଧାରିତ ଏହି ଗୀତର ଥିମ ଦୁଇ ସେଲିବ୍ରିଟିଙ୍କ ପ୍ରେମ କାହାଣୀକୁ ଦର୍ଶାଇଛି । ଗୀତରେ ସିଙ୍ଗର ମିକା ସିଂ ଓ ଟିଭି ଷ୍ଟାର୍ ଚାହତ ଖାନ୍ନା ପରସ୍ପର ସହ ରୋମାନ୍ସ କରିବାରେ ନଜର ଆସିଛନ୍ତି ।

ପୂର୍ବରୁ ଏହି ଦୁଇ ଷ୍ଟାରଙ୍କ ପ୍ରେମକାହାଣୀ ଖୁବ ଚର୍ଚ୍ଚାରେ ରହିଛି । ଦୁହେଁ ଲିଭ ଇନ୍ ରିଲେସନସିପରେ ରହିବା ନେଇ ର‌୍ୟୁମର ଉଠିଥିଲାବେଳେ ଚାହତ କହିଥିଲେ ସେମାନଙ୍କ ଘର ପାଖାପାଖି ଥିବାରୁ ଏଭଳି ଗୁଜବ ଉଠିଛି ।

କ୍ୱାରେଣ୍ଟାଇନ୍ ଲଭ ଟାଇଟଲରେ ରିଲିଜ ହୋଇଥିବା ଏହି ଗୀତଟି ମିକା ସିଂ ଙ୍କ ଘରେ ଫୋନ ଜରିଆରେ ସୁଟ୍ ହୋଇଛି । ଯେଉଁଥିରେ ବେଶ ସିମ୍ପଲ ଅନ୍ଦାଜରେ ମିକା ଏକ ପୁରୁଣା ଗୀତକୁ (ବଡେ ଅଚ୍ଛେ ଲଗ୍‌ତେ ହୈଁ ) ରିକ୍ରିଏଟ୍ କରିଛନ୍ତି ।

(Courtesy YouTube, Saregama Music)

Leave A Reply

Your email address will not be published.