Latest Odisha News

କରୋନା ଲକ୍‌-ଡାଉନ୍‌; ବିବାହ ପାଇଁ ରାତିରେ ଖୋଲିଲା ମାଜିଷ୍ଟ୍ରେଟ୍ କୋର୍ଟ !

ହରିୟାଣା : ଲକ୍ –ଡାଉନରେ ବିବାହ ପାଇଁ ରାତିରେ ଖୋଲିଲା ହରିୟାଣାର ରୋହତକ ଜିଲ୍ଲା ମାଜିଷ୍ଟ୍ରେଟ୍ କୋର୍ଟ । ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ମେକ୍ସିକାନ ପ୍ରେମିକାକୁ ବିବାହ କଲେ ଭାରତୀୟ ପ୍ରେମିକ ।

ପରସ୍ପରକୁ ବିବାହ କରିଥିବା ରୋହତକ ର ନିରଂଜନ କଶ୍ୟପ ଓ ମେକ୍ସିକାନ୍ ବୋହୁ ଡାନା ଜୋହେରି ଅଲିଭୋରସ୍ କ୍ରୁଜ୍ ୨୦୧୭ରେ ପରସ୍ପରକୁ ଭେଟିବା ପରେ ୨୦୧୮ରେ ବିବାହ କରିବାକୁ ଯୋଜନା କରିଥିଲେ ।

ଚଳିତବର୍ଷ ଫେବ୍ରୁଆରୀ ୧୭ରେ ସେମାନେ ସ୍ପେଶାଲ ମ୍ୟାରେଜ ଆକ୍ଟ ଅଧିନରେ ବିବାହ କରିବା ପାଇଁ ଆବେଦନ କରିଥିଲେ । ମାସିକିଆ ନୋଟିସ୍ ପାଇବା ପରେ ସେମାନଙ୍କ ବିବାହ ମାର୍ଚ୍ଚ ୧୮ରେ ହେବାକୁ ଥିଲା । ହେଲେ କରୋନା ମହାମାରୀ ଓ ଲକ୍‌-ଡାଉନ୍ ପାଇଁ ତାହା ସମ୍ଭବ ହୋଇପାରିନଥିଲା ।

ଶେଷରେ ରୋହତକ ଜିଲ୍ଲାପାଳଙ୍କୁ ଏକ ସ୍ୱତନ୍ତ୍ର ଆବେଦନ କରିବା ପରେ ସେମାନଙ୍କ ବିବାହ କରିବାକୁ ମଂଜୁରୀ ମିଳିଥିଲା । ସୋମବାର ରାତି ୮ଟାରେ ଦୁଇଜଣଙ୍କ ବିବାହ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯିବା ସହ ଅଳ୍ପ ସଂଖକ ପରିବାର ଲୋକଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା ।

Leave A Reply

Your email address will not be published.