Latest Odisha News

BREAKING NEWS

ମାସ୍କ ବଣ୍ଟନ ସହ ଲୋକଙ୍କୁ ସଚେତନ କରୁଛନ୍ତି ଯାଜପୁରର ବ୍ୟବସାୟୀ

ଯାଜପୁର : ସଜାଗ ଓ ସଚେତନ ହେଲେ ହିଁ କରୋନା ମୁକାବିଲା ସମ୍ଭବ । ତେଣୁ କରୋନାକୁ ନେଇ ଲୋକଙ୍କୁ ବିଭିନ୍ନ ମାଧ୍ୟମରେ ସଚେତନ କରୁଛନ୍ତି ସରକାର । ବ୍ୟକ୍ତିଗତ ସ୍ତରରେ ଓ କେତେକ ଅନୁଷ୍ଠାନ ମଧ୍ୟ ଲୋକଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି । ସେହିପରି ଜଣେ ବ୍ୟକ୍ତି ହେଲେ ଯାଜପୁର ବ୍ୟବସାୟୀ ପ୍ରଦୀପ୍ତ ମହାନ୍ତି ।

ପ୍ରଦୀପ୍ତ ସାନସୁଆର ପଞ୍ଚାୟତର କପାସି ଅଂଚଳରେ ଲୋକ ମାନଙ୍କୁ କରୋନାର ଭୟାବହତା ସମ୍ପର୍କରେ ବୁଝାଇବା ସହ ସାବୁନ ଏବଂ ମାସ୍କ ବାଣ୍ଟୁଛନ୍ତି । ଏଥି ସହ ସାମାଜିକ ଦୂରତା ବଜାୟ ରଖିବା ଓ ଦରକାର ନ ଥିଲେ ଘରୁ ନ ବାହାରିବା ପାଇଁ ପାଇଁ ମଧ୍ୟ ପରାମର୍ଶ ଦେଉଛନ୍ତି ।

Leave A Reply

Your email address will not be published.