Latest Odisha News

BREAKING NEWS

ଆରପାରିରେ ବଲିଉଡର ‘କାଳିଆ’

ମୁମ୍ବାଇ: ଲୋକପ୍ରିୟ ହିନ୍ଦୀ ସିନେମା ‘ଶୋଲେ’ର କାଳିଆ ଭୂମିକାରେ ନିଜ ଅଭିନୟର ଜାଦୁ ଦେଖାଇଥିବା ବର୍ଷୀୟାନ କଳାକାର ‘ବିଜୁ ଖୋଟେ’ ଆଉ ନାହାନ୍ତି ।

ଦୀର୍ଘ ଦିନ ହେବ ଅସୁସ୍ଥ ଥିବା ଏହି ମହାନ କଳାକାର ମୁମ୍ବାଇ ସ୍ଥିତ ନିଜ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା ।

ପ୍ରାୟ ୩୦୦ଟି ସିନେମା ସହ ଅନେକ ଟେଲି ସିରିଏଲରେ ନିଜ ଅଭିନୟର ପରାକାଷ୍ଠା ଦେଖାଇଥିବା ଏହି ଦିବଙ୍ଗତ କଳାକାର ୧୯୬୪ ମସିହାରେ ‘ୟା ମଲକ’ ସିନେମାରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।

ଚଳଚ୍ଚିତ୍ର ‘ଶୋଲେ’ ର କାଳିଆ ଭୂମିକା ତାଙ୍କୁ ଆଣି ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ । ଏହା ଛଡ଼ା ‘ଅନ୍ଦାଜ୍‌ ଅପ୍‌ନା ଅପ୍‌ନା’ରେ ରବର୍ଟ ଭୂମିକା ପାଇଁ ମଧ୍ୟ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ।

ଶେଷଥର ପାଇଁ ତାଙ୍କୁ ୨୦୧୮ ମସିହାରେ ‘ଜାନେ କ୍ୟୁ ଦେ ୟାରୋ’ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.