Latest Odisha News

BREAKING NEWS

ଗୋଆରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପଞ୍ଜିମ: ଗୋଆସ୍ଥିତ ଡବୋଲିମ୍ ବିମାନବନ୍ଦରରେ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବିମାନର ବାମପଟ ଇଞ୍ଜିନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିବାରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା । ପରେ ସମସ୍ତ ଯାତ୍ରୀ ଓ କ୍ର‌୍ୟୁ ମେମ୍ବରଙ୍କୁ ସୁରକ୍ଷିତ ବାହାରକୁ ଅଣାଯାଇଥିଲା । ଏପରିକି ଉକ୍ତ ଯାତ୍ରୀ ମାନଙ୍କ ମଧ୍ୟରେ ରାଜ୍ୟ ପରିବେଶ ମନ୍ତ୍ରୀ ନିଲେଶ କାବରଲ ଓ କୃଷି ନିର୍ଦ୍ଦେଶକ ତଥା ପରିବେଶ ମନ୍ତ୍ରୀଙ୍କ ସ୍ପେଶାଲ୍ ଡ୍ୟୁଟି ଅଫିସର ପ୍ରମୁଖ ସାମିଲ ଥିଲେ ।

ଅପରପକ୍ଷରେ ବିମାନଟି ଉଡାଣ ଭରିବାର କିଛି ସମୟ ପରେ ଏହାର ବାମ ଇଞ୍ଜିନରୁ ଧୁଆଁ ବାହାରୁଥିବା ନେଇ ଜଣାପଡିଥିଲା । ପରବର୍ତ୍ତୀ ସମୟରେ ପାଇଲଟ ଜଣକ ତୁରନ୍ତ ବିମାନର ଜରୁରୀ ଅବତରଣ କରିବା ଲାଗି ନିଷ୍ପତ୍ତି ନେଇଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଏଯାବତ୍ ନିଆଁ ଲାଗିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.