Latest Odisha News

BREAKING NEWS

ଗୁରୁ ରନ୍ଧାୱାଙ୍କ ସହ କାହିଁକି ଯୋଡିଛି ମୃଣାଳଙ୍କ ନାଁ ?

ମୁମ୍ବାଇ: ଟିଭି ପରଦାରୁ ଜଣେ ସଫଳ ଫିଲ୍ମ ଅଭିନେତ୍ରୀ ବନିପାରିଛନ୍ତି ମୃଣାଳ ଠାକୁର । ବ୍ୟକ୍ତିଗତ ଜୀବନରେ ଝଡ ଉଠିଥିଲେ ବି ତାଙ୍କ ପ୍ରଫେସ୍ନାଲ କ୍ୟାରିଅର ସୁରୁଖୁରୁରେ ଚାଲିଛି । ଏଇ ନିକଟରେ ସେ ସାହିଦ କାପୁରଙ୍କ ସହ ଫିଲ୍ମ ଜର୍ସିର ସୁଟିଂ ସାରିଛନ୍ତି । ଆଗକୁ ରାମ ମାଧବାନୀଙ୍କ ଫିଲ୍ମ ଧମାକାରେ କାର୍ତ୍ତିକଙ୍କ ସହ ନଜର ଆସିବେ । ଏହି ଦୁଇଦୁଇଟି ଫିଲ୍ମ ଛଡା ଖୁବଶୀଘ୍ର ତାଙ୍କୁ ପଂଜାବି ସେନ୍ସେସନ୍ ଗୁରୁ ରନ୍ଧାୱାଙ୍କ ଭିଡିଓ ଆଲବମରେ ବି ଦେଖିବାକୁ ମିଳିବ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଟି-ସିରିଜ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏକ ମ୍ୟୁଜିକ ଭିଡିଓରେ ମୃଣାଳଙ୍କୁ ଗୁରୁ ରନ୍ଧାୱାଙ୍କ ସହ ଦେଖିବାକୁ ମିଳିବ । ଏହି ଆଲବମରେ ଆଜ ୟୁଜୁଆଲ ନୁହେଁ ବରଂ ମୃଣାଳ ଗ୍ଲାମରସ ଅନ୍ଦାଜରେ ନଜର ଆସିବେ । ଆଶିଷ ପଣ୍ଡା ଏହି ମ୍ୟୁଜିକ ଭିଡିଓର ନିର୍ଦ୍ଦେଶନା ଦେବେ । ଯାହାର ସୁଟିଂ ଆସନ୍ତାବର୍ଷ ଜାନୁଆରୀ ପହିଲାରେ ହେବ ।

ପ୍ରଥମ ଥର ପାଇଁ ଗୁରୁ ରନ୍ଧାୱା ଓ ମୃଣାଳଙ୍କ ଯୋଡି ଦର୍ଶକଙ୍କ ସାମ୍ନାକୁ ଆସିବ । ଶେଷଥର ପାଇଁ ଗୁରୁଙ୍କୁ ନୋରା ଫତେହିଙ୍କ ସହ ନାଚ ମେରି ରାନୀ ଆଲବମରେ ଦେଖିବାକୁ ମିଳିଥିଲା । ଅନ୍ୟପଟେ ମୃଣାଳଙ୍କ ଭିଡିଓ ଆଲବମକୁ ଗୁରୁ ରନ୍ଧାୱାଙ୍କ ଛଡା ଜୁବିନ ନୌଟିୟାଲ ଓ ବି-ପ୍ରାକ୍ ଭଳି ଗାୟକ କଣ୍ଠଦାନ କରିବେ ।

Leave A Reply

Your email address will not be published.