Latest Odisha News

BREAKING NEWS

ପୁଣି କଂଗ୍ରେସ ଅଧ୍ୟକ୍ଷ ହେବେ ରାହୁଲ ଗାନ୍ଧି ! ବୈଠକରେ କହିଲେ ଦଳ ଯାହା ଦାୟିତ୍ବ ଦେବ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ବରିଷ୍ଠ କଂଗ୍ରେସ ନେତାଙ୍କ ସହ ଆଲୋଚନା କରିଛନ୍ତି । ସୋନିଆ ଗାନ୍ଧିଙ୍କ ବାସଭବନ ୧୦ ଜନପଥରେ ହୋଇଥିବା ବୈଠକରେ ୨୦ ଜଣ ବରିଷ୍ଠ କଂଗ୍ରେସ ନେତା ଯୋଗଦେଇଥିଲେ । ସୂଚନା ଅନୂସାରେ ବୈଠକରେ ଅସନ୍ତୁଷ୍ଟ ନେତାମାନେ କହିଥିଲେ, ରାହୁଲ ଗାନ୍ଧି ଦଳର ଦାୟିତ୍ବ ନେବା ଆବଶ୍ୟକ । ଏହା ଉପରେ ରାହୁଲ ଗାନ୍ଧି କହିଥିଲେ, ଦଳ ଯାହା ଦାୟିତ୍ବ ଦେବେ ତୁଲାଇବି । ନେତା କିଏ ହେବ ତାହା ନିର୍ବାଚନରେ ନିଶ୍ଚିତ ହେବ ।

ଆଜି ବସିଥିବା କଂଗ୍ରେସର ଏହି ବୈଠକ ପାଖାପାଖି ୫ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଦଳକୁ କିପରି ଅଧିକ ସୁଦୃଢ କରିହେବ ସେନେଇ ଆଲୋଚନା ହୋଇଥିଲା । କଂଗ୍ରେସ ନେତା ପୱନ ବଂଶଲ କହିଛନ୍ତି ରାହୁଲ ଗାନ୍ଧିଙ୍କ ନେତୃତ୍ବକୁ ନେଇ ନେତାଙ୍କ ମଧ୍ୟରେ କୌଣସି ଅସନ୍ତୋଷ ନାହିଁ । ବୈଠକରେ ସୋନିଆ ଗାନ୍ଧି କହିଥିଲେ, ଆମେ ଗୋଟିଏ ବଡ଼ ପରିବାର । ଦଳକୁ ମଜବୁତ କରିବା ପାଇଁ ଆମ ସମସ୍ତଙ୍କୁ ଏକାଠି ହୋଇ କାମ କରିବା ଆବଶ୍ୟକ ।

୧୦ ଜନପଥରେ ହୋଇଥିବା ଏହି ବୈଠକରେ ବରିଷ୍ଠ ନେତାମାନେ ଯୋଗଦେଇଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌, ପି. ଚିଦାମ୍ବରମ୍‌, ଭୁପିନ୍ଦର ସିଂହ ହୁଡ୍ଡା, ଗୁଲାମନବୀ ଆଜାଦ ପ୍ରମୁଖ ସାମିଲ ହୋଇଥିଲେ ।

 

Leave A Reply

Your email address will not be published.