Latest Odisha News

BREAKING NEWS

ପ୍ଲାଷ୍ଟିକ ସର୍ଜରୀ ବେଳେ ପ୍ରତିଷ୍ଠିତ ମଡେଲଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ନିଜ ସୁନ୍ଦରତାକୁ ଆହୁରି ଅଧିକ ଆକର୍ଷଣ କରିବା ପାଇଁ ଏବେ ସମସ୍ତେ ପ୍ଲାଷ୍ଟିକ ସର୍ଜରୀ କରାଉଛନ୍ତି । ତେବେ ଏହା ବେଳେ ବେଳେ ଏତେ ଭୟଙ୍କର ହୋଇଯାଏ ତାହା କେହି କେବେ ଭାବି ନ ଥିଲେ । ରିପୋର୍ଟ ମୁତାବକ ମ୍ୟାକ୍ସିକୋ କିମ କାର୍ଦଶିୟାନ ଭାବେ ପରିଚିତ ମଡେଲ ଜ୍ୟାସଲିନ କ୍ୟାନୋ ସୋସିଆଲ ସାଇଟରେ ବେଶ୍ ସକ୍ରିୟ । କେବେଳ ଇନଷ୍ଟାଗ୍ରାମରେ ତାଙ୍କର ୧୩ ମିଲିୟନ ଫଲୋର୍ସ ଅଛନ୍ତି । ଫଲୋର୍ସଙ୍କୁ ଆକୃଷ୍ଟ କରିବା ପାଇଁ ସେ କଲମ୍ବିଆରେ ଶରୀରର ଫ୍ୟାଟ ବାହାର କରି ଅନ୍ୟ ସ୍ଥାନରେ ଲଗାଉଥିଲେ । ଏଥିରେ କିଛି ବ୍ୟତିକ୍ରମ ଘଟିବାରୁ ଜ୍ୟାସଲିନ ମୃତ୍ୟୁବରଣ କରିଥିଲେ ।

ତାଙ୍କ ପରିବାରବର୍ଗ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟୀକରଣ ଆସିନି । ମାତ୍ର ୭ ଡିସେମ୍ବର ପରଠାରୁ ତାଙ୍କ ଇନଷ୍ଟାଗ୍ରାମ ପେଜ ଅପଡେଟ ହୋଇ ନାହିଁ । ସେହିଦିନ ସେ ଅପରେଶନ କରାଉଥିଲେ । ତାଙ୍କ ମୃତ୍ୟୁ ନେଇ ଅଫିସିଆଲ ଷ୍ଟେଟମେଂଟ ଜାରି କରାଯାଇ ନ ଥିଲେ ମଧ୍ୟ ବିଭିନ୍ନ ୱେବସାଇଟ ଓ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।

Leave A Reply

Your email address will not be published.