Latest Odisha News

ହାପି ବର୍ଥ ଡେ’ ଉର୍ମିଳା

ମୁମ୍ବାଇ : ଆଜି ବଲିଉଡ ବିୟୁଟି ଉର୍ମିଳା ମାତୋଣ୍ଡକରଙ୍କ ବର୍ଥ ଡେ’ ।୪୮ ବର୍ଷ ବୟସରେ ପାଦ ଥାପିଛନ୍ତି ଉର୍ମିଳା । ୧୯୯୦ର ଜଣେ ସଫଳ ଆକ୍ଟ୍ରିସ ଭାବେ ବେସ୍ ପ୍ରଶଂସା ସାଉଟିଥିଲେ ଉର୍ମିଳା । ୪ ଫେବୃଆରୀ ୧୯୭୪ମସିହାରେ ବମ୍ବେରେ ଉର୍ମିଳାଙ୍କ ଜନ୍ମ । ଛୋଟ ବେଳୁ ଅଭିନୟ ପ୍ରତି ବେଶ୍ ଇଚ୍ଛା ଥିଲା ଉର୍ମିଳାଙ୍କର ।ଉର୍ମିଳା ତେଲୁଗୁ ,ତାମିଲ,ମରାଠୀ ଫଲ୍ମରେ ନିଜର ଅଭିନୟର ଯାଦୁ ଦେଖାଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ । ଆଜି ଉର୍ମିଳାଙ୍କ ବର୍ଥ ଡେ ହୋଇଥିବାରୁ ଫ୍ୟାନ ମାନଙ୍କ ଶୁଭେଚ୍ଛାର ସୁଅ ଛୁଟିଛି ଉର୍ମିଳାଙ୍କ ପାଖକୁ ।

ଉର୍ମିଳା ବଲିଉଡ୍ ଫିଲ୍ମ ଠାରୁ ଦୂରରେ ରହି ରାଜନୀତିରେର ସକ୍ରିୟ ଅଛନ୍ତି । ଫିଲ୍ମ ଜଗତରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି ସେ । ଉର୍ମିଳାଙ୍କ ରଙ୍ଗିଲା ଗୀତ ବଲିଉଡରେ ବେଶ୍ ହିଟ୍ ହୋଇଥିଲା ।ଏହା ପରେ ସେ ରାମ ଗୋପାଳ ବର୍ମାଙ୍କ ସହ ଅନେକ ପ୍ରୋଜେକ୍ଟରେ କାମ କରିଛନ୍ତି ।୧୮୭୭ ଫିଲ୍ମ ‘କର୍ମ’, ୧୯୮୩ ‘ମାସୁମ୍’ ୧୯୮୯ରେ ମାଲାଲାୟମ ଫିଲ୍ମ ‘ଚାଣକ୍ୟ’, ୧୯୯୧ରେ ‘ନର୍ସିମା’ ଆଦି ଫିଲ୍ମରେ ଅଭିନୟ କରିଥିଲେ ଉର୍ମିଳା ।

ହେଲେ ୧୯୯୫ରେ ରୋମାଣ୍ଟିକ୍ ଡ୍ରାମା ମୁଭି ‘ରଙ୍ଗିଲା’ ତାଙ୍କୁ ବେଶ୍ ସଫଳତା ଦେଇଥିଲା ।୧୯୯୭ରେ ‘ଯୁଦାଇ’୧୧୯୮ରେ ‘ସତ୍ୟ’, ୧୯୯୯ରେ ‘ଖୁବ୍ ସୁରତ’, ୨୦୦୦ରେ ‘ଜଙ୍ଗଲ ‘, ୨୦୦୧ରେ ‘ପ୍ୟାର ତୁନେ କ୍ୟୁ କିୟା’ ,୨୦୦୩ରେ ‘ଭୁତ୍’, ‘ଏକ ହସିନା ଥ‘ି ୨୦୦୪, ୨୦୦୬ରେ ‘ବାସ ଏକ ପଲ୍’ ଉର୍ମିଳା ନିଜର ଦବଦବା ଦେଖାଇଥିଲେ ।ତାଙ୍କର ଏସବୁ ମୁଭି ଆଜି ବି ଫ୍ୟାନ ମାନଙ୍କ ମନରେ ରହିଛି । ଆଜି ତାଙ୍କ ଜନ୍ମ ଦିନ ହୋଇଥିବାରୁ ଉର୍ମିଳାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Comments are closed, but trackbacks and pingbacks are open.