Latest Odisha News

ନିର୍ମାଣ ହେବ ଫିଲ୍ମ ଧର୍ମପୁତ୍ରର ରିମେକ୍ ଭର୍ସନ୍ !

ମୁମ୍ବାଇ: ୟଶରାଜ ଫିଲ୍ମସ ନିର୍ମାଣ କରିବ ଏକ ହିନ୍ଦୀ କ୍ଲାସିକାଲ୍ ମୁଭିର ରିମେକ୍ ଭର୍ସନ୍ । ଏହି ପ୍ରସ୍ତାବିତ ଫିଲ୍ମରେ ଦୁଇ ଚର୍ଚ୍ଚିତ ଚେହେରା ଲିଡ୍ ପେୟାର ଭାବେ ନଜର ଆସିବେ । ଫିଲ୍ମ ମେକର ଆଦିତ୍ୟ ଚୋପ୍ରା ଏହି ଫିଲ୍ମ ଜରିଆରେ ସମାଜିକ ବିଦ୍ୱେଷକୁ ଭୁଲାଇ ଭାଇଚାରା ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯେଉଁଥରେ ଭିକି କୌଶଲ ଓ ମାନୁଷୀ ଛିଲ୍ଲରଙ୍କୁ ଦେଖବାକୁ ମିଳିବ ।

୧୯୬୧ରେ ରିଲିଜ୍ ହୋଇଥିବା ଫିଲ୍ମ ଧର୍ମପୁତ୍ରରେ ମାଲା ସିହ୍ନା, ଶଶୀ କାପୁର ଓ ରେହମାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଥିଲା । ଖାସ୍ ଏହି ଫିଲ୍ମର କାହାଣୀ ଉପରେ ଆଦିତ୍ୟ ଏକ ରିମେକ ଭର୍ସନ ନିର୍ମାଣ କରିବେ । ତେବେ ରିମେକ ଭର୍ସନରେ ଏତେଟା ଡ୍ରାମା ଦେଖବାକୁ ମିଳିବନି । ବରଂ ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ଏଥିରେ ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟ କିଛି ଏଣ୍ଟରଟେନିଂ ଷ୍ଟୋରୀଲାଇନ୍ ଯୋଡିବେ ।

୨୦୨୧ରେ ଫିଲ୍ମର ନିର୍ମାଣ ଆରମ୍ଭ ହେବା ସହ ରିଲିଜ ହେବାର ସମ୍ଭାବନା ରହିଛି । ଏହି ଫିଲ୍ମ ଜରିଆରେ ଭିକି ପ୍ରଥମ ଥର ପାଇଁ ୟଶରାଜ ଫିଲ୍ମସ ବ୍ୟାନର ତଳେ କାମ କରିବେ । ଅନ୍ୟପଟେ ଅକ୍ଷୟ କୁମାରଙ୍କ ସହ ଫିଲ୍ମ ପୃଥ୍ୱୀରାଜରେ ମାନୁଷୀ ଛିଲ୍ଲର ନଜର ଆସିବେ ।

Comments are closed.