Latest Odisha News

BREAKING NEWS

ପୁଣି ବଡ଼ ପରଦାରେ ନଜର ଆସିବ କାଶ୍ମୀର ଭ୍ୟାଲିର ମନୋରମ ଦୃଶ୍ୟ

ନୂଆଦିଲ୍ଲୀ: ଭାରତର ସ୍ବର୍ଗ କୁହାଯାଉଥିବା କାଶ୍ମୀର ଉପତ୍ୟକା ପୁଣି ଥରେ ରୂପେଲି ପରଦାରେ ଫେରି ଆସିବ। ଏହା କହିବାର ଅର୍ଥ ହେଉଛି ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁର ଏକ ସାକ୍ଷାତକାରରେ କହିଛନ୍ତି ଯେ ବଲିଉଡ ନିଶ୍ଚିତ ଭାବରେ କାଶ୍ମୀରରେ ପୁଣି ଥରେ ଚଳଚ୍ଚିତ୍ର ସୁଟିଂ କରିବ ଏବଂ ଆଉ ଥରେ ଦର୍ଶକ ବଡ଼ ପରଦାରେ କାଶ୍ମୀରର ମନୋରମ ଦୃଶ୍ୟକୁ ଉପଭୋଗ କରିପାରିବେ।

ଭାରତୀୟ ସେନା ଦ୍ୱାରା ଆୟୋଜିତ ଦୁଇ ଦିନିଆ ଶୀତ ଉତ୍ସବରେ ଯୋଗଦେବା ପାଇଁ ସିର୍ଦ୍ଧାର୍ଥ ରୟ କପୁର ପତ୍ନୀ ତଥା ଅଭିନେତ୍ରୀ ବିଦ୍ୟା ବାଲାନ ଏବଂ ଅଭିନେତା-ନିର୍ମାତା ଅରବାଜ ଖାନ ଉତ୍ତର କାଶ୍ମୀରର ଗୁଲମାର୍ଗରେ ଯୋଗ ଦେଇଥିଲେ।

ଗୁଲମାର୍ଗରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଭାରତୀୟ ଚଳଚ୍ଚିତ୍ର ଜଗତ ତରଫରୁ କହୁଛି ଯେ ଭବିଷ୍ୟତରେ କାଶ୍ମୀରକୁ ସୁଟିଂ ପାଇଁ ଆମେ ନିଶ୍ଚିତ ଭାବେ ଆସିବୁ।

Leave A Reply

Your email address will not be published.