Latest Odisha News

BREAKING NEWS

ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟି: MSP ଥିଲା, ଅଛି ଆଉ MSP ରହିବ

ନୂଆଦିଲ୍ଲୀ: ଧାନର ସର୍ବନିମ୍ନ ସହାୟକ ମୂଲ୍କ (MSP) ଥିଲା, ଅଛି ଆଉ ଆଗକୁ ରହିବ । ରାଜ୍ୟସଭାରେ ଆଜି ଏକଥା ଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବକ୍ତବ୍ୟ ରଖି ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ମତ ରଖିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୃହରେ ଜୋରଦାର ଆଲୋଚନା ହେଲା । ଚାଷୀ ଆନ୍ଦୋଳନ କ’ଣ ପାଇଁ ହେଉଛି କେହି କିଛି କହିଲେନି ।

ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି, କୃଷି ଆଇନକୁ ନେଇ ବିରୋଧୀ ୟୁଟର୍ଣ୍ଣ କରିଛନ୍ତି । ଏହାସହ ଆନ୍ଦୋଳନରୁ ଓହରି ଯିବା ପାଇଁ ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଅପିଲ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ କୃଷି ଆଇନ ଚାଷୀଙ୍କ ହିତ ପାଇଁ । କ୍ଷୁଦ୍ର ଚାଷୀଙ୍କୁ ଦୃଷ୍ଟିରେ ରଖି ସରକାର ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ଫସଲ ବୀମା ଯୋଜନାର ପରିସୀମା ବଢ଼ାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

Leave A Reply

Your email address will not be published.