Latest Odisha News

BREAKING NEWS

ପୁରୀରେ ପୁଣି ବୋମା ମାଡ଼, ଜଣେ ବରିଷ୍ଠ ଆଇନଜୀବୀ ଗୁରୁତର

ପୁରୀ: ପୁରୀରେ ପୁଣି ବୋମା ମାଡ଼ । ଜଣେ ବରିଷ୍ଠ ଆଇନଜୀବୀଙ୍କ ଉପରକୁ କେହି ଦୁର୍ବୃତ୍ତ ବୋମା ମାଡ଼ କରିଥିବା ସୂଚନା । ଖବର ନେବାରେ ଜଣାପଡିଛି ଯେ ପେଣ୍ଠକଟା ମେରାଇନ ଥାନା ଅନ୍ତର୍ଗତ ଗୋପାଳପୁରର ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ସାହୁ ନିଜ ସାଇକେଲ ଯୋଗେ ବାର ଆଶୋସେଶନକୁ ଆସୁଥିବା ବେଳେ ଗୋପାଳପୁର ଛକ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ ଯୋଗେ ଆସି ତାଙ୍କ ଉପରକୁ ବୋମା ମାଡ଼ କରି ସେଠାରୁ ଫେରାର ହୋଇଯାଇଥିଲେ ।

ବୋମାଟି ସୁବାସଙ୍କ ଉପରେ ନପଡ଼ି ସମ୍ମୁଖରେ ପଡ଼ିବାରୁ ସୁବାଷ ସାମାନ୍ୟ ଆହାତ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ସ୍ଥାନୀୟ ଲୋକ ସୁବାଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପୁରୀ ବଡ଼ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା କରି ଉତ୍ତମ ଚିକିତ୍ସା ନିମନ୍ତେ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।

Leave A Reply

Your email address will not be published.