Latest Odisha News

BREAKING NEWS

ସତ୍ୟବାଦୀ ବିଧାନସଭା ନିର୍ବଚନ ମଣ୍ଡଳୀରୁ ବିଜେପିକୁ ଧକ୍କା, ୧୫ ଦିନରେ ଦଳ ଛାଡ଼ିଲେଣି ହଜାର ହଜାର ସମର୍ଥକ

ପୁରୀ: ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପିକୁ ଶକ୍ତ ଧକ୍କା। ଗତ ୧୫ ଦିନ ମଧ୍ୟରେ ଦଳ ଛାଡିଛନ୍ତି ହଜାର ହଜାର ସମର୍ଥକ । ଆଜି ବିଜେଡି ସତ୍ୟବାଦୀ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । କଣାସ ଓ ସତ୍ୟବାଦୀ ବ୍ଲକର ଉଭୟ ବିଜେପି ଓ କଂଗ୍ରେସର ଶତାଧିକ ନେତ୍ରୁ ବୃନ୍ଦ ବିଜେଡିରେ ସାମିଲ ହୋଇଛନ୍ତି। ଫଳରେ ସତ୍ୟବାଦୀରେ ବିଜେଡିକୁ ଏହା ଆହୁରି ମଜବୁତ୍ ଓ ସଶକ୍ତ କରିବ। ପଞ୍ଚସଖାଙ୍କ କର୍ମଭୂମି ଓ ଓଡ଼ିଆ ଅସ୍ମିତାର ପ୍ରତୀକ ହେଉଛି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ।

ସତ୍ୟବାଦୀ ବକୁଳ ବନବିଦ୍ୟାଳୟ ମଣିଷ ତିଆରି କାରଖାନା। ଏକ ସମୃଦ୍ଧ ଓ ବିକଶିତ ସତ୍ୟବାଦୀ ଗଢ଼ିବା ମୋର ଲକ୍ଷ୍ୟ ବୋଲି ସେ କହିଛନ୍ତି । ସତ୍ୟବାଦୀର ପ୍ରସିଦ୍ଧ ଗୋପାଳ ଜିଉ ମନ୍ଦିରର ସମନ୍ୱିତ ବିକାଶ କରିବା ପାଇଁ ରାଜ୍ୟ ସରକାର ୧୦ କୋଟି ଟଙ୍କା ଯୋଗାଉଛନ୍ତି । ସେହିପରି ସତ୍ୟବାଦୀ ଓ କଣାସ ଅଞ୍ଚଳରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ୪୦ କୋଟିର ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜଳନିଷ୍କାସନ ଓ ଜଳସେଚନ ଭଳି ସମସ୍ୟା ରହିଛି। ସେହିପରି ଚାଷୀଙ୍କ ଅନେକ ସମସ୍ୟା ରହିଛି। ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ତାଙ୍କୁ ଆଶୀର୍ବାଦ କରିବେ ବୋଲି ସେ ଦୃଢ଼ ନିଶ୍ଚିନ୍ତ ଅଛନ୍ତି । ଏହି ବଡ ମିଶ୍ରଣ ପର୍ବରେ ବିଜେପି ଓ କଂଗ୍ରେସର ବହୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ, ସମିତି ସଭ୍ୟ,ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ୱାର୍ଡ ମେମ୍ବର, ଛାତ୍ର, ମହିଳା ଓ ଯୁବକ ବିଜେଡିରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.