ଗଞ୍ଜାମ: ବ୍ୟବସାୟୀଙ୍କ ଉପରକୁ ବୋମା ମାଡ। ଗଞ୍ଜାମ ଜିଲ୍ଲା ଶେରଗଡ ଥାନା ଅନ୍ତର୍ଗତ ସୁନତର ଗ୍ରାମରେ ଗର୍ଜିଲା ବନ୍ଧୁକ ଓ ବୋମା । କିଛି ଦୁର୍ବୃତ୍ତ ସୁନଥର ଗ୍ରାମର କାଳିଆ ଜେନା ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏହି ଗୁଳିମାଡରେ ବ୍ୟବସାୟୀ ତଥା ଧନନ୍ତର ଗ୍ରାମ ପଂଚାୟତର ସରପଞ୍ଚ ରାଜେଶ ଜେନାଙ୍କ ବାପା କାଳିଆ ଜେନା ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ ଗତକାଲି ରାତିରେ କାଳିଆ ଜେନା ନିଜ ଘର ସମ୍ମୁଖରେ ବସିଥିବା ବେଳେ ତିନୋଟି ବାଇକରେ ଆସି ୯ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ପ୍ରଥମେ ବୋମା ମାଡ଼ କରିଥିଲେ। ଏହାପରେ ମାଉଜରରୁ ଗୁଳି ଚଳାଇ ଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ କାଳିଆ ଜେନା ଗଭୀର ଆହତ ହୋଇଛନ୍ତି। ତୁରନ୍ତ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି।
ଗୁଳି ଓ ବୋମା ମାଡ଼ରେ ଗୁରୁତର ଜଣଙ୍କ ସରପଞ୍ଚଙ୍କ ବାପା ବୋଲି ଜଣାପଡିଛି। ତେବେ ତାଙ୍କ ଉପରକୁ ଆକ୍ରମଣ ପଛରେ ରାଜନୈତିକ ଶତ୍ରୁତା ନା ପୂର୍ବଶତ୍ରୁତା ନା ଅନ୍ୟ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ଆସିକା ଏସଡିପିଓ ଘଟଣାସ୍ଥଳରେ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗୁଳିମାଡ ଶିକାର ହୋଇଥିବା କାଳିଆ ଜେନା ନାମରେ ମଧ୍ୟ ବହୁ ଅପରାଧିକ ମାମଲା ରହିଛି।
Comments are closed.