Latest Odisha News

BREAKING NEWS

ଚାନ୍ଦବାଲିରେ ବୋମାମାଡ଼; ୩ ଦୁର୍ବୃତ୍ତ ଅଟକ

ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଚାନ୍ଦବାଲି ଥାନା ପାଞ୍ଚପଡ଼ା ସ୍ଥିତ ଏକ ଜଳଖିଆ ଦୋକାନକୁ ତିନିଜଣ ଲୋକ ଖାଇବାକୁ ଯାଇଥିଲେ। ମାତ୍ର କିଛି ସମୟ ପରେ ସେଠାରେ ଦୋକାନ ମାଲିକଙ୍କ ସହ ସେମାନଙ୍କର ବଚସା ହୋଇଥିଲା।

ଯୁକ୍ତିତର୍କ ବହୁତ ବଢି ଯାଇଥିଲେ ମଧ୍ୟ ସେମାନେ ସେଠାରୁ ପଳାଇଥିଲେ । ତେବେ ରାତି ପ୍ରାୟ ୧୨ଟା ବେଳେ ସେହି ଲୋକ ମାନେ ଆସି ରାଗ ରଖି ଉକ୍ତ ଦୋକାନ ଉପରକୁ ବୋମାମାଡ଼ କରିଥିଲେ। ବିଳମ୍ବିତ ରାତିରେ ଦୋକାନ ଓ ପାଖଘରକୁ ସେମାନେ ୨ଟି ବୋମା ଫିଙ୍ଗିଥିଲେ। ଏହି ବୋମାମାଡ଼ରେ ଦୋକାନୀଙ୍କ ଝିଅ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଖବର ପାଇ ଚାନ୍ଦବାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରେ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିବା ସହ ୩ ଦୁର୍ବୃତ୍ତଙ୍କୁ ଧରିବାରେ ପୋଲିସ ସକ୍ଷମ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.