Latest Odisha News

ଆଜିଠୁ ଭୁବନେଶ୍ୱରର ଏହି ୯ ହସ୍ପିଟାଲରେ ହେବ କରୋନା ପରୀକ୍ଷଣ

ଭୁବନେଶ୍ୱର: ରାଜଧାନୀରେ ପ୍ରତିଦିନ ରେକର୍ଡ ଭାଙ୍ଗୁଛି କରୋନା । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ବିଏମସି ଅଞ୍ଚଳରେ କୋଭିଡ ଟେଷ୍ଟକୁ ଆହୁରି ଜୋରଦାର କରାଯାଇଛି। ଆଜିଠୁ ବିଏମସିର କୋଭିଡ ଟେଷ୍ଟ ବ୍ୟବସ୍ଥାକୁ ବଢ଼ାଯିବା ନେଇ ଯୋଜନା ରଖାଯାଇଛି।

ଏଥିପାଇଁ ଭୁବନେଶ୍ୱରର ୯ ଟି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ପରୀକ୍ଷଣ କରିବା ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଟେଷ୍ଟିଂ ସେଣ୍ଟର ଗୁଡିକ ହେଉଛି ୟୁନିଟ-୪, ଡୁମଡୁମା, ପଟିଆ, ସହିଦ ନଗର, ୟୁନିଟ-୯, ୟୁନିଟ-୮, ପୋଖରୀପୁଟ, ୟୁନିଟ-୩, ନୀଳାଦ୍ରି ବିହାର। ଏହି ସେଣ୍ଟର ଗୁଡିକରେ ରାପିଡ଼ ଆଣ୍ଟିଜେନ ଟେଷ୍ଟ ହେବା ନେଇ ସୂଚନା ମିଳିଛି । ଏଠାରେ ସକାଳ ୮ ଟା ରୁ ଦିନ ୨ ଟା ଯାଏଁ ଲୋକମାନେ ଟେଷ୍ଟ କରାଇ ପାରିବେ ।

Leave A Reply

Your email address will not be published.