Latest Odisha News

ପୂର୍ବ ଶତୃତାରୁ ବୋମା ମାଡ; ୨ ଭାଇ ଗିରଫ

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ବଡଗୁମଳା ଗ୍ରାମରେ ବୋମାମାଡ । ଘଟଣାରେ ପୋଲିସ ଦୁଇ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବଡଗୁମଳା ଗ୍ରାମର ଦୁଇ ଭାଇ ଶ୍ରୀକାନ୍ତ ପାତ୍ର ଓ ସିଦ୍ଧାନ୍ତ ପାତ୍ର । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୋମା ମାଡ ହୋଇଥିବା ପୋଲିସ ସୂଚନା ଦେଇଛି ।

ସୂଚନାନୁସାରେ, ଗୋପାଳପୁର ଥାନା ଅଧିନସ୍ଥ ବଡ଼ ଗୁମୁଳା ଗ୍ରାମର ପ୍ରଦୀପ କୁମାର ବେହେରା ସହିତ ଉକ୍ତ ଗ୍ରାମର ଶ୍ରୀକାନ୍ତ ପାତ୍ର ପୂର୍ବ ଶତ୍ରୁତା ଲାଗି ରହିଥିଲା । ଶନିବାର ରାତି ୧୦ ଟା ବେଳେ ଅଭିଯୁକ୍ତ ଦୁଇ ଭାଇ ସମେତ ଅନ୍ୟଜଣେ ମୋଟରସାଇକେଲରେ ଆସି ପ୍ରଦୀପ କୁମାର ବେହେରାଙ୍କ ଘର ଉପରକୁ ୨ଟି ବୋମାମାଡ ପରେ ଫେରାର ହୋଇଯାଇଥିଲେ ।

ଏନେଇ ପ୍ରଦୀପ ବେହେରା ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଥାନା କେସ୍‌ ନଂ ୮୪/୨୫ରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଦୁଇ ଭାଇଙ୍କୁ ପୋଲିସ ଉଠାଇ ନେଇ ଥାନାରେ ଅଟକ ରଖି ପଚାରଉଚରା ଜାରି ରଖିଛି । ସୋମବାର ଶ୍ରୀକାନ୍ତ ଓ ସିଦ୍ଧାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.