Latest Odisha News

BREAKING NEWS

ମହାରାଷ୍ଟ୍ର ସଚିବାଳୟରେ ବୋମା ଥିବା ନେଇ ଫୋନ କଲ, ତନ୍ନ ତନ୍ନ କରି ଖୋଜୁଛନ୍ତି ସୁରକ୍ଷାବଳ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବୋମା ଖଂଜା ଯାଇଥିବା ନେଇ ଫୋନ କଲ ଆସିବା ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ବୋମା ଚିହ୍ନଟ ଏବଂ ନିଷ୍କ୍ରିୟକାରୀ ଟିମ୍ ସଚିବାଳୟ ଓ ଏହାର ଆଖ ପାଖ ଅଂଚଳକୁ ତନ୍ନ ତନ୍ନ କରି ଖୋଜୁଛନ୍ତି । କଲ କେଉଁଠାରୁ ଆସିଥିଲା ତାହାର ମଧ୍ୟ ତଦନ୍ତ କରାଯାଉଛି ।

ରିପୋର୍ଟ ମୁତାବକ ନାଗପୁରର ସାଗର ନାମକ ବ୍ୟକ୍ତି ପୋଲିସ କଂଟ୍ରୋଲ ରୁମକୁ ୧୨.୪୦ରେ ଫୋନ କରି ସଚିବାଳୟରେ ବୋମା ଥିବା କଥା କହିଥିଲେ । ଏ ପର୍ଯ୍ୟନ୍ତ ପୋଲିସ ବୋମା ପାଇ ନାହିଁ । ଯଦି ଏହି ଖବର ଭୁଲ ହୋଇଥାଏ ତାହାହେଲେ ଫୋନ କରିଥିବା ବ୍ୟକ୍ତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।

Leave A Reply

Your email address will not be published.