Latest Odisha News

BREAKING NEWS

ଜୁନ ୧୭ ଯାଏଁ ରାଜ୍ୟରେ ବଢିଲା ଲକ୍ ଡାଉନ

ଭୁବନେଶ୍ୱର: ପୁଣି ଲକଡାଉନ୍ ବଢାଇଲେ ରାଜ୍ୟ ସରକାର । ଆସନ୍ତା ଜୁନ୍ ୧୭ ଯାଏଁ ଲକ୍‌ଡାଉନ ବଢିଥିବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ପୂର୍ବଭଳି ସପ୍ତାହନ୍ତ ସଟଡାଉନ୍ ଜାରି ରହିବ । ବାହାଘର ସମୟରେ ପୂର୍ବ ଭଳି ୨୫ ଜଣଙ୍କୁ ହିଁ ଅନୁମତି ଦିଆଯିବ । ଶୁଦ୍ଧି କ୍ରିୟା ପାଇଁ ମାତ୍ର ୨୦ ଜଣଙ୍କୁ ଅନୁମତି ମିଳିବ ।

ତେବେ ପଜିଟିଭ୍ ସଂଖ୍ୟା କମ୍ ଥିବାରୁ ନୂଆପଡା, ଗଜପତି, ସୁନ୍ଦରଗଡ ଜିଲ୍ଲାରେ କଟକଣାକୁ କିଛିଟା କୋହଳ କରାଯାଇଛି । ଏହି ୩ ଜିଲ୍ଲାରେ ଦିନ ୧ଟା ଯାଏଁ କିଣାବିକା ହେବ ବୋଲି ସୂଚନା ଦିଆଯାଇଛି । ମାତ୍ର ସେଲୁନ, ପାର୍ଲର ଓ ମଲ୍‌କୁ ଖୋଲିବାକୁ ଅନୁମତି ଦିଆଯିବ ନାହିଁ ।

କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ପ୍ରଥମେ ମେ ୫ରୁ ୧୯ ତାରିଖ ଯାଏଁ ଲକ୍‌ଡାଉନ ଘୋଷଣା ହୋଇଥିଲା । ଦ୍ୱିତୀୟ ପର୍ପ୍ୟାୟରେ ଜୁନ ୧ ତାରିଖ ଯାଏଁ ଲକ୍‌ଡାଉନ ଅବଧି ବୃଦ୍ଧି ପାଇଥିଲା । ଲକ୍‌ଡାଉନ ଫଳରେ ସଂକ୍ରମଣ ତଳମୁହାଁ ହେଉଥିବା ଲକ୍ଷ୍ୟ କରାଯାଉଥିବାରୁ ଏହି ଅବଧିକୁ ତୃତୀୟ ପର୍ପ୍ୟାୟରେ ବୃଦ୍ଧି କରି ଜୁନ୍ ୧୭ ସକାଳ ୫ଟା ଯାଏଁ ଘୋଷଣା କରାଯାଇଛି ।

Leave A Reply

Your email address will not be published.