Latest Odisha News

BREAKING NEWS

ବାଇକ ଦୁର୍ଘଟଣା ପରେ ବିସ୍ଫୋରଣ ହେଲା ବୋମା: ଜଣେ ମୃତ, ଜଣେ ଗୁରୁତର

ଭୁବନେଶ୍ୱର: ବାଇକ ଦୁର୍ଘଟଣା ହେବା ପରେ ବିସ୍ଫୋରଣ ହେଲା ବୋମା। ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଷଢେଇଗଡ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଷଢେଇଗଡ ଗ୍ରାମର ନିରାକାର ସିଂ।

ସୂଚନା ମୁତାବକ, ରବିବାର ବିଳମ୍ବିତ ରାତିରେ ବାଇକ୍‌ରେ ବୋମା ନେଇ ଯାଉଥିବା ବେଳେ ଷଢେଇଗଡ ବିଶ୍ୱାଳ ସାହି ନିକଟରେ ବାଇକ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଭାରସାମ୍ୟ ହରାଇ ବାଇକ୍‌ଟି ଓଲଟି ପଡିବାରୁ ବ୍ୟାଗ୍‌ରେ ଥିବା ବୋମା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ।

ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚିଛି। ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଗୁରୁତରଙ୍କୁ ଏମ୍ସ ପଠାଇଛି ପୋଲିସ। ସେଠାରେ ସେ ଚିକିତ୍ସିତ ହେଉଛନ୍ତି। ସେପଟେ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ତଦନ୍ତ ଚଳାଇଛି।

Comments are closed.