Latest Odisha News

କୋଲକାତାରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉପରେ ବୋମାମାଡ

କୋଲକାତା: ପଶ୍ଚିମବଙ୍ଗରେ ନିର୍ବାଚନୀ ପରବର୍ତୀ ହିଂସା ଥମିବାର ନାମ ଧରୁନି । ଆଜି ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉପରକୁ ବୋମାମାଡ କରାଯାଇଛି । ବାରକପୁରର ଏମପି ଅର୍ଜୁନ ସିଂ ତାଙ୍କ ଘରେ ନ ଥିବାରୁ ଅଳ୍ପକେ ବଂଚିଯାଇଛନ୍ତି । ସେ ଏବେ ଦିଲ୍ଲୀରେ ଅଛନ୍ତି ଏବଂ ଆଜି ଫେରିବେ । ସକାଳ ସାଢ଼େ ୬ଟାରେ ଆତତାୟୀମାନେ ଏହି କାଣ୍ଡ ରଚିଥିଲେ । ୩ଟି ବୋମା ତାଙ୍କ ଘରର ଲୁହାଗେଟରେ ବାଜିଥିଲା । ଏଥିରେ କେହି ଆହତ ହୋଇ ନାହାନ୍ତି ବୋଲି ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ।

ଘଟଣା ପାଇଁ ଟିଏମସି ବିଜେପିକୁ ଦାୟୀ କରିଛି । ଅପରପକ୍ଷରେ ବିଜେପି ପକ୍ଷରୁ ଅନ୍ତଃକନ୍ଦଳ ଯୋଗୁ ଏହି ଘଟଣା ଘଟିଛି ବୋଲି ଟିଏମସି କହିଛି । ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଘଟଣାକୁ ତୀବ୍ର ନିନ୍ଦା କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.