Latest Odisha News

BREAKING NEWS

ସରକାରୀ ଅର୍ଥ ହଡପ ମାମଲା ,୨୧ ବର୍ଷ ପରେ ଆସିଲା ରାୟ

କୋରାପୁଟ:ସରକାରୀ ଅର୍ଥ ଆତ୍ମସାତ ମାମଲା । ଦୀର୍ଘ ୨୧ ବର୍ଷ ପରେ ମାମଲାର ରାୟ ପ୍ରକାଶ ପାଇଛି । ଜୟପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ରାୟ ପ୍ରକାଶ ପାଇଛି । ଜଜ୍ ରାଜେସ ଏକ୍କା ସମସ୍ତ ସାକ୍ଷ ପ୍ରମାଣକ ଭିତ୍ତ କରି ରାୟର ଶୁଣାଣି କରିଛନ୍ତି। ମାଲକାନଗିରିରେ ପୂର୍ବରୁ କ୍ୟାସିଅର୍ ଥିବା ଶିବରାମ ରାଜ ଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ସହ ୫ ବର୍ଷ ଆର୍ଥିକ ଜୋରିମାନାରେ ଦଣ୍ଡିତ କରାଯାଇଛି । ଅର୍ଥ ଅନାଦେୟ ହେଲେ ଅଧିକା ୩ ମାସ ଜେଲ ଦଣ୍ଡ ଭୋଗିବାକୁ ରାୟରେ ସ୍ପଷ୍ଟ କରିଛନ୍ତି।

ପୂର୍ବତନ ମାଲକାନାଗିରି ବିଡିଓ ରାଜ କୋଶୋର ଶାସ୍ତ୍ରୀଙ୍କୁ ଖଲାସ କରିଛନ୍ତି । ମମାଲା ବିବରଣୀରୁ ପ୍ରକାଶ ଯେ ମାଲକାନାଗିରି ବ୍ଲକରେ ୧୯୯୭-୯୮ ମସିହାରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଅଭିଯୋଗ ହୋଇଥିଲା କ୍ୟାସିଅର ଓ ବିଡିଓଙ୍କ ନାଁ ରେ । ସେମାନେ ୭ ଲକ୍ଷ ୧୦ ହଜାର ଟଙ୍କା ଆତ୍ମସାତ କରଥିବା ଅଭିଯୋଗ ହେବା ପରେ ବ୍ରହ୍ମପୁର ଭିଜିଲାନ୍ସ ତରଫରୁ ୨୦୦୦ ମସିହାରେ ମାମଲା ରୁଜୁ କରାଯାଇଥିଲ । ଜୟପୁର କୋର୍ଟ ହେବା ପରେ ଏହି ମାମଲା ଜୟପୁର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ମାମଲାରେ ୧୭ ଜଣ ସାକ୍ଷ ପ୍ରଦାନ କରିଥିଲେ । ସମସ୍ତ ସାକ୍ଷ ପ୍ରଦାନକୁ ଭିତ୍ତି କରି କୋର୍ଟ ରାୟର ଶୁଣାଣି କରିଛନ୍ତି। ଏହି ମାମଲାକୁ ସରକାରୀ ଓକିଲ ଏମ ବାଲାଜି ରାଓ ପରିଚାଳନାକରିଥିଲେ।

Leave A Reply

Your email address will not be published.