ଭୁବନେଶ୍ୱର: ଓଡିଶାରେ ଚାଲିଥିବା ନିର୍ବାଚନ ମଧ୍ୟରେ ଗୁରୁବାର ମଧ୍ୟରାତ୍ରୀରେ ରାଜଧାନାରେ ବୋମା ମାଡ଼ ହୋଇଛି। ୱାର୍ଡ଼ ନମ୍ବର ୩୮ରେ ଥିବା ବିଜେଡି ପାର୍ଟି ଅଫିସରେ ଗୁରୁବାର ରାତି ପ୍ରାୟ ୧୨ ଟା ବେଳେ ବୋମାମାଡ଼ ହୋଇଛି । ଅଫିସ ସାମ୍ନାରେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଛି।
ସୂଚନାନୁସାରେ, ଏହି ଘଟଣାରେ ୨୦ରୁ ଅଧିକ କର୍ମଚାରୀ କାର୍ଯ୍ୟାଳୟରେ ଏକ ବୈଠକ କରୁଥିବା ବେଳେ ଏହି ଘଟଣା ଘଟିଛି। ବୋମାମାଡ଼ ଫଳରେ ଏକ ବାଇକ କ୍ଷତିଗ୍ରସ୍ତ ହୋଇଛି। କୌଣସି ଲୋକ ଆହତ ହୋଇନଥିବା ବେଳେ ଏହା ବିଜେପି ସମର୍ଥିତ କେହି ଦୁର୍ବୃତ୍ତ କରିଥାଇପାରନ୍ତି ବୋଲି ଅଭିଯୋଗ ହୋଇଛି । ତେବେ ଉକ୍ତ ଘଟଣାରେ କିଛି ବିଜେଡି କର୍ମୀ ବାଇକରେ ଦୁଇଜଣଙ୍କୁ ଘଟଣାସ୍ଥଳରୁ ପଳାଇଥିବାର ଦେଖିଥିବାର କହିଛନ୍ତି। ଏହି ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ନିର୍ବାଚନ ସମୟରେ ନୟପାଲ୍ଲୀରେ ବିଜେପି ଓ ବିଜେପି କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ହେବାର ଦୁଇ ଦିନ ପରେ ଗତ ରାତିରେ ଏହି ଘଟଣା ଘଟିଛି।
ଖବର ପାଇ ନୟାପଲ୍ଲୀ ଥାନା ପୋଲିସ ବିଳମ୍ବିତ ରାତିରେ ଛାନଭିନ ଆରମ୍ଭ କରିଛି। ସୂଚନାଯୋଗ୍ୟ ଦୁଇଦିନ ତଳେ କ୍ୟାମ୍ପେନିଂ ସମୟରେ ଦୁଇଗୋଷ୍ଠୀ ଗଣ୍ଡଗୋଳ ହୋଇଥିଲା। ପରବର୍ତ୍ତୀ ସମୟରେ ଗୋଟିଏ ଗୋଷ୍ଠୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ନୟାପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅପରାଧୀଙ୍କୁ ଚିହ୍ନଟ କରିବା ପାଇଁ ତଦନ୍ତ ଆରମ୍ଭ କରିଛି।
Comments are closed.