Latest Odisha News

BREAKING NEWS

ବୋମା ଧମକ ପରେ ସ୍ଵାଭାବିକ ହେଲା କୋର୍ଟ କାର୍ଯ୍ୟ…

ଭୁବନେଶ୍ବର: ବୋମା ଧମକ ପରେ ବି ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ । ବମ୍ ସ୍କ୍ୱାଡ୍‌, ଡଗ ସ୍କ୍ୱାଡ୍ ଓ ପୋଲିସର ଛାନଭିନ ପରେ କାମ ଆରମ୍ଭ ହୋଇଥିବା ସୂଚନା ମିଳିଛି।

ମୁଖ୍ୟ ବିଚାରପତି ଓ ୩ ବିଚାରପତି କୋର୍ଟରେ ଶୁଣାଣି ଆରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ରାଜ୍ୟର ୩ଟି କୋର୍ଟ ପରିସରରେ ବୋମା ରହିଛି ବୋଲି ଗୁରୁବାର ଇ-ମେଲ୍ ଆସିଥିଲା। କଟକ ଜିଲ୍ଲା କୋର୍ଟ, ସମ୍ବଲପୁର କୋର୍ଟ ଓ ଦେବଗଡ କୋର୍ଟକୁ ବୋମା ଧମକ ମିଳିଥିଲା। ବେନାମୀ ଇମେଲ ଜରିଆରେ ଧମକ ଆସିବା ପରେ ପୋଲିସ ଏହାକୁ ଗୁରୁତର ସହ ନେଇଥିଲା। ଯାହା ପରେ ଯାଞ୍ଚ ଜୋରଦାର କରାଯାଇଥିଲା। କିନ୍ତୁ ଯାଞ୍ଚ ପରେ କିଛି ନମିଳିବାରୁ କୋର୍ଟ କାମ ପୁଣିଥରେ ଆରମ୍ଭ ହୋଇଛି।

ତେବେ ଏହି ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.