Latest Odisha News

BREAKING NEWS

ବୋମା ନିଷ୍କ୍ରିୟ ବେଳେ ଘଟିଲା ଅଘଟଣ, ଚାଲିଗଲା ହାବିଲଦାରଙ୍କ ଜୀବନ

କଟକ: ନିଷ୍କ୍ରିୟ ବେଳେ ଫୁଟିଲା ବୋମା। କଟକ ସଦର ଥାନାର ଏକ ପରିତ୍ୟକ୍ତ ଘରେ ଜବତ ହୋଇଥିବା ବୋମା ରଖାଯାଇଥିଲା ବେଳେ ଏହାକୁ ନିଷ୍କ୍ରିୟ କଲା ବେଳେ ଫୁଟିଥିଲା । ଯେଉଁ କାରଣରୁ ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାରଙ୍କ ଜୀବନ ଚାଲିଯାଇଛି ।

ସୂଚନା ଅନୁଯାୟୀ, କଟକ ସଦର ଥାନାରେ ଜବତ ହୋଇଥିବା ବୋମା ରଖାଯାଇଥିବା ବେଳେ ଏହାକୁ ନିଷ୍କ୍ରିୟ କରିବା ପାଇଁ ଗୋପାଳପୁର ନିକଟ କାଠ ଯୋଡି ନଦୀ ପଠାକୁ ନିଆଯାଇଥିଲା । ସେଠାରେ ନିଷ୍କ୍ରିୟ କରାଯାଉଥିବା ବେଳେ ଫୁଟିଥିଲା ବୋମା । ଫଳରେ ନିଷ୍କ୍ରିୟକାରୀ ଟିମ୍ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ହାବିଲଦାରଙ୍କ ମୃତ୍ୟୁ ଘଟିଛି ।

ପରେ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି କଟକ ପୋଲିସ୍ । ଏନେଇ କଟକ ଏଡିସିପି କହିଛନ୍ତି, ଏହା ବୋମା ନୁହଁ, ବାଣ ଥିଲା। ଏହାକୁ ନିଷ୍କ୍ରିୟ କରାଯିବା ପାଇଁ ନିଆଁ ଲଗାଯାଇଥିବା ବେଳେ ଏଭଳି ଘଟିଥିବା ସୂଚନା ମିଳିଛି । ଏହା ସହିତ ଏହା ଉପରେ ଅଧିକ ତଦନ୍ତ ଚାଲୁଅଛି ।

Leave A Reply

Your email address will not be published.