Latest Odisha News

BREAKING NEWS

ଧମକ ପରେ ବିମାନବନ୍ଦରକୁ ଘାରିଛି ବୋମା ଭୟ

କୋଲକାତା: ନିର୍ବାଚନ ସମୟରେ ବିମାନବନ୍ଦରକୁ ଘାରିଛି ବୋମାର ଭୟ । ପଶ୍ଚିମବଙ୍ଗର କୋଲକାତା ବିମାନବନ୍ଦରକୁ ବୋମା ପକାଇ ଉଡେଇଦେବାକୁ ମିଳିଛି ଧମକ । ଧମକ ମିଳିବା ପରେ ଚାରିଆଡେ ଏବେ ଭୟର ବାତ୍ତାବରଣ ଖେଳିଯାଇଛି । ବିମାନବନ୍ଦର ଅଧିକାରୀମାନେ ଗତକାଲି ଏକ ଇମେଲ ପାଇଥିଲେ । ଯେଉଁଥିରେ ବିମାନବନ୍ଦର ପରିସରର ବିଭିନ୍ନ ସ୍ଥାନରେ ବୋମା ଲଗାଯାଇଥିବା ଦାବି କରାଯାଇଥିଲା । ଏନେଇ ବିମାନବନ୍ଦର ଅଥରିଟି ତରଫରୁ ସୂଚନା ମିଳିଛି ।

ବିମାନବନ୍ଦର ଅଧିକାରୀଙ୍କ କହିବା ଅନୁଯାୟୀ, ଇମେଲ ପାଇବା ପରେ ଚାରିଆଡେ ହାଇଆଲର୍ଟ ଜାରି କରାଯାଇଥିଲା । ବିମାନବନ୍ଦର ପରିସରରେ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ତେବେ ପରେ ଏହି ଇମେଲଟି ମିଥ୍ୟା ବୋଲି ଜଣାପଡିଥିଲା । ମେଲରେ କୁହାଯାଇଥିଲା ଯେ, ମେଲଟିକୁ ପଠେଇଥିବା ଟିମ୍ ରମେଶ୍ୱରାମ କାଫେ ବିସ୍ଫୋରଣରେ ବୋମା ରଖିଥିଲା । ତେବେ କୋଲକାତା ବିମାନବନ୍ଦରରେ ରଖାଯାଇଥିବା ବୋମା ତା’ଠାରୁ ମଧ୍ୟ ବଡ। ମେଲରେ ଆହୁରି ମଧ୍ୟ କୁହାଯାଇଛି ଯେ, ଚାରିଟି ଅନ୍ୟ ବିମାନବନ୍ଦରରେ ମଧ୍ୟ ବୋମା ଲଗାଯାଇଛି ।

ବିମାନବନ୍ଦର ବିଭାଗର ଡେପୁଟି କମିଶନର ଐଶ୍ୱର୍ଯ୍ୟା ସାଗର କହିଛନ୍ତି ଯେ, ଇମେଲ ପାଇବା ପରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦର (NSCBIA) ର ସୁରକ୍ଷା ଏଜେନ୍ସି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । କିନ୍ତୁ ପରେ ଜଣାପଡିଥିଲା ଯେ ଏହି ଇମେଲଟି ମିଛ । ପୋଲିସ ମେଲ ପଠାଇଥିବା ବ୍ୟକ୍ତିକୁ ଖୋଜୁଛି । କହିରଖୁଛୁ ଯେ, ବିମାନବନ୍ଦରକୁ ବୋମାରେ ଉଡେଇଦେବାର ଧମକ ମିଳିବା ଏହା ପ୍ରଥମ ଘଟଣା ନୁହେଁ । କିଛି ଦିନ ପୂର୍ବରୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ପରମାଣୁ ବୋମା ପକାଇବାର ଧମକ ମିଳିଥିଲା ।

 

Leave A Reply

Your email address will not be published.