ମୁମ୍ବାଇ: ପ୍ରସିଦ୍ଧ କୋଲହାପୁରୀ ଚପଲର ଅନଧିକୃତ ବ୍ୟବହାର ଅଭିଯୋଗରେ ଇଟାଲୀୟ ଫ୍ୟାଶନ୍ ହାଉସ୍ ପ୍ରାଡା ବିରୁଦ୍ଧରେ ଦାୟର ହୋଇଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) କୁ ବୁଧବାର ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି।
ମୁଖ୍ୟ ବିଚାରପତି ଆଲୋକ ଆରାଧେ ଏବଂ ବିଚାରପତି ସନ୍ଦୀପ ମାର୍ନେଙ୍କ ଖଣ୍ଡପୀଠ ପିଆଇଏଲ୍ ଦାୟର କରିଥିବା ପାଞ୍ଚ ଜଣ ଓକିଲଙ୍କ ବୈଧାନିକ ଅଧିକାର ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଯେହେତୁ ଆପଣ ଏହି କୋଲହାପୁରୀ ଚପଲର ମାଲିକ ନୁହଁନ୍ତି। ଆପଣ କେଉଁ ଆଧାର ରେ ମାମଲା ଦାୟର କରୁଛନ୍ତି ଏବଂ ଏଥିରେ ଜନସ୍ୱାର୍ଥ କ’ଣ? ଅଛି ବୋଲି ପ୍ରଶ୍ନ କରିଛନ୍ତି।
ଆବେଦନରେ କୁହାଯାଇଥିଲା ଯେ କୋଲହାପୁରୀ ଚପଲ ଭୌଗୋଳିକ ସୂଚକ ଅର୍ଥାତ୍ ପଞ୍ଜିକରଣ ଏବଂ ସାମଗ୍ରୀ ର ସୁରକ୍ଷା ଆଇନ ଅନୁଯାୟୀ ଭୌଗୋଳିକ ସୂଚକ କିମ୍ବା ଜିଆଇ ଭାବରେ ସୁରକ୍ଷିତ ଅଛି। ଖଣ୍ଡପୀଠ ଆହୁରି ମଧ୍ୟ କହିଛନ୍ତି ଯେ GI ଟ୍ୟାଗର ପଞ୍ଜିକୃତ ମାଲିକ କୋର୍ଟକୁ ଆସି ଏହି ମାମଲା ଉପରେ ନିଜର ମନ୍ତବ୍ୟ ଦେଇପାରିବେ।
ତେବେ କୋର୍ଟ ଆବେଦନକୁ ଖାରଜ କରି କହିଛନ୍ତି ଏନେଇ ପରେ ସେ ଏକ ବିସ୍ତୃତ ନିର୍ଦ୍ଦେଶ ପ୍ରଦାନ କରିବେ
ପ୍ରାଡ଼ାର ସ୍ପ୍ରିଂ/ସମର କଲେକ୍ସନରେ ଏକ ‘ଟୋ-ରିଙ୍ଗ୍ ସାଣ୍ଡାଲ୍’ ପ୍ରଦର୍ଶନ କରାଯାଇଥିଲା। ଯାହାକି କୋଲହାପୁରୀ ଚପଲ ସଦୃଶ ବୋଲି ଦାବି କରାଯାଇଥିଲା। ତେବେ ଏହି ସାଣ୍ଡାଲ୍ ପ୍ରତି ଯୋଡ଼ାର ମୂଲ୍ୟ ୧ ଲକ୍ଷ ଟଙ୍କା ଥିବା ଜଣାପଡ଼ିଛି।
ଏହି ଅଭିଯୋଗ ପରେ ପ୍ରାଡାର ବୈଷୟିକ ବିଶେଷଜ୍ଞମାନେ କୋଲହାପୁର କାରିଗରମାନଙ୍କ ସହିତ ଭେଟ କରି ଆଲୋଚନା କରିବା ସହ ଏହି ଚପଲ ର ଉତ୍ପାଦନ ପ୍ରକ୍ରିୟା ମୂଲ୍ୟାଙ୍କନ କରିବା ପାଇଁ ଚେଷ୍ଟା କରୁଛନ୍ତି।
ତେବେ ଏହି ଅଭିଯୋଗ ଲାଗିବା ପାରେ ପ୍ରାଡା ସ୍ୱୀକାର କରିଛି ଯେ ପୁରୁଷମାନଙ୍କ ୨୦୨୬ ଫ୍ୟାଶନ୍ ଶୋ’ରେ ପ୍ରଦର୍ଶିତ ସାଣ୍ଡାଲ୍ ପାରମ୍ପରିକ ଭାରତୀୟ ହସ୍ତଶିଳ୍ପ କୋଲହାପୁର ଜୋତା ଦ୍ୱାରା “ଅନୁପ୍ରାଣିତ” ଥିଲା। ଏସବୁ ମଧ୍ୟରେ ବ୍ରାଣ୍ଡ ମହାରାଷ୍ଟ୍ର ଚାମ୍ବର ଅଫ୍ କମର୍ସକୁ ସ୍ପଷ୍ଟ କରିଛି ଯେ ପ୍ରଦର୍ଶିତ ହୋଇଥିବା ସାଣ୍ଡାଲ୍ ବର୍ତ୍ତମାନ୍ ଡିଜାଇନ୍ ପର୍ଯ୍ୟାୟରେ ହିଁ ଅଛି ଓ ବଜାରକୁ ଆସିବା ପାଇଁ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ।


Comments are closed.