Latest Odisha News

BREAKING NEWS

କୋଭିସିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟାଜନିତ ମୃତ୍ୟୁ; ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟକୁ ବମ୍ବେ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର: କୋଭିସିଲ୍ଡ ଟୀକା ନେଇ ଜଣେ ଯୁବତୀଙ୍କ ମୃତ୍ୟୁ ପାଇଁ ବମ୍ବେ ହାଇକୋର୍ଟ ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି । ଔରଙ୍ଗାବାଦର ଦିଲ୍ଲୀପ ଲୁନାଓ୍ୱତ ବମ୍ବେ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି ।

ପିଟିସନରେ ସେ ଉଲ୍ଲେଖ କରିଛନ୍ତି ଯେ, କୋଭିସିଲ୍ଡ ଟୀକା ନେଇ ତାଙ୍କ ଝିଅର ମୃତ୍ୟୁ ହେଲା । ତେଣୁ ସେ ଏ ବାବଦରେ ୧ ହଜାର କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ।

ଦିଲ୍ଲୀପ ପିଟିସନରେ ଲେଖିଛନ୍ତି ଯେ, ଗତ ବର୍ଷ ଜାନୁଆରୀ ୨୮ରେ ତାଙ୍କ ଝିଅ କୋଭିଡ ଟୀକ ନେଇଥିଲେ । ମାର୍ଚ୍ଚ ୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା । କୋଭିସିଲ୍ଡ ଟୀକାର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁଁ ଝିଅର ମୃତ୍ୟୁ ହୋଇଛି ବୋଲି ସେ ପିଟିସନରେ ଉଲ୍ଲେଖ କରିଛନ୍ତି । ଏହି ଘଟଣା କେନ୍ଦ୍ର ସରକାରଙ୍କ ଆଡଭର୍ସ ଇଭେଣ୍ଟସ ଫଲୋୟିଙ୍ଗ ଇମ୍ୟୁନାଇଜେସନ (ଏଇଏଫଆଇ) ରିପୋର୍ଟରେ ମଧ୍ୟ ଉଲ୍ଲେଖ ଅଛି ବୋଲି ଦିଲ୍ଲୀପ କହିଛନ୍ତି ।

ଦିଲ୍ଲୀପଙ୍କ ପିଟିସନରେ ବିଲ ଗେଟ୍ସ ଏବଂ ସେରମ ଇନଷ୍ଟିଚ୍ୟୁଟ ସହିତ, କେନ୍ଦ୍ର ସରକାର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ, ଡ୍ରଗ କଣ୍ଟ୍ରୋଲ ଜେନେରାଲ ଡା. ଭିଜି ସୋମାନୀ ଏବଂ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ ନାମ ମଧ୍ୟ ପିଟିସନରେ ଅର୍ନ୍ତଭୁକ୍ତ କରାଯାଇଛି ।

ଦିଲ୍ଲୀପଙ୍କ ଝିଅ ଜଣେ ଡାକ୍ତର ଥିଲେ ଏବଂ ଧାମନଗାଓଁ ଏସଏମବିଟି ଡେଣ୍ଟାଲ କଲେଜରେ ଅଧ୍ୟାପକ ଥିଲେ । ତାଙ୍କ କଲେଜରେ ସମସ୍ତ କର୍ମଚାରୀଙ୍କୁ ଟୀକା ନେବାକୁ ବାଧ୍ୟତାମୂଳକ କରାଯାଇଥିଲା ।

ଡାକ୍ତର ସୋମାନୀ ଏବଂ ଗୁଲେରିଆ ଟୀକା ସୁରକ୍ଷିତ ବୋଲି ବିଭିନ୍ନ ମାଧ୍ୟମରେ କହିଛନ୍ତି । ଲୋକଙ୍କୁ ଟୀକା ନେବାକୁ ପ୍ରବର୍ତ୍ତାଇଛନ୍ତି ବୋଲି ଦିଲ୍ଲୀପ ପିଟିସନରେ ଉଲ୍ଲେଖ କରିଛନ୍ତି ।

ଦିଲ୍ଲୀପ କହିଛନ୍ତି ଯେ, ଏହି ମକଦ୍ଦମା ଦ୍ୱାରା ସେ ତାଙ୍କ ଝିଅକୁ ନ୍ୟାୟ ଦେବାକୁ ଚାହୁଁଛନ୍ତି । ଏବଂ ବାକି ସମସ୍ତ ଜନସାଧାରଣଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ଯେଉଁ ଏଭଳି ମାରାତ୍ମକ ଟୀକା ନେଇ ମୃତ୍ୟୁ ମୁଖରେ ପଡ଼ିପାରନ୍ତି ।

 

Leave A Reply

Your email address will not be published.