Latest Odisha News

BREAKING NEWS

୧୩ ଜଣ ଛୁଆଙ୍କୁ ଅପହରଣ ଓ ୯ ଜଣଙ୍କ ହତ୍ୟାକାରୀ ୨ ଭଉଣୀଙ୍କୁ ମିଳିଲାନି ମୃତ୍ୟୁଦଣ୍ଡ

ମୁମ୍ବାଇ: ଦଶନ୍ଧି ପୁରୁଣା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଭଉଣୀ ରେଣୁକା ସିନ୍ଦେ ଏବଂ ସୀମା ଗବିତଙ୍କ ମୃତ୍ୟୁଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି। ମୃତ୍ୟୁଦଣ୍ଡ ଶୁଣାଣି ପରେ ଉଭୟ ଭଉଣୀଙ୍କ ଦୟା ଆବେଦନ ରାଜ୍ୟ ସରକାରଙ୍କ ନିକଟରେ ପ୍ରାୟ ଆଠ ବର୍ଷ ବିଚାରାଧୀନ ଥିଲା। ଏହାକୁ ଆଧାର କରି କୋର୍ଟ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି।

ରେଣୁକା ଓ ସୀମା ୧୯୯୦ ରୁ ୧୯୯୬ ମଧ୍ୟରେ କୋହ୍ଲାପୁର ଜିଲ୍ଲା ତଥା ତାର ଆଖପାଖରେ ୧୩ ଜଣ ଶିଶୁଙ୍କୁ ଅପହରଣ କରିବା ସହ ୯ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଉଭୟଙ୍କ ମାଆ ଅଞ୍ଜନବାଇ ମଧ୍ୟ ଶିଶୁ ଅପହରଣ ଓ ହତ୍ୟାରେ ସମ୍ପୃକ୍ତ ଥିଲେ। ତେବେ, ୧୯୯୭ ରେ ମା ଅଞ୍ଜନିବାଇଙ୍କର ମୃତ୍ୟୁ ହୋଇଥିଲା।

ରେଣୁକା ଓ ସୀମା , ଉଭୟ ଭଉଣୀ ସେମାନଙ୍କ ମା ସହିତ ନିରୀହ ପିଲାମାନଙ୍କୁ ଅପହରଣ କରି ନିର୍ଯାତନା ଦେଉଥିଲେ। ସେମାନଙ୍କୁ ଧରାଯିବା ବେଳକୁ ଏହି ତିନିଜଣ ମହିଳା ୧୩ ଜଣ ଶିଶୁଙ୍କୁ ଅପହରଣ କରିବା ସହ ପ୍ରାୟ ୧୦ ଜଣ ଶିଶୁଙ୍କୁ ହତ୍ୟା କରିଥିବା ଜଣାପଡ଼ିଥିଲ। ୨୦୦୧ ମସିହାରେ ଉଭୟ ଭଉଣୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିବାବେଳେ ମା ଅଞ୍ଜନିବାଇ ଗିରଫ ହେବାର ଏକ ବର୍ଷ ପରେ ତାଙ୍କର ମୃତ୍ୟୁ ଘଟିଥିଲା।

Comments are closed, but trackbacks and pingbacks are open.