Latest Odisha News

BREAKING NEWS

ଭୀମା କୋରେଗାଁଓ ହିଂସା: ବାରବାରା ରାଓଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଭୀମା କୋରୋଗାଁଓ ହିଂସା ମାମଲାରେ ସୋମବାର ୮୧ ବର୍ଷୀୟ ବାରବାରା ରାଓଙ୍କୁ ଅଢ଼େଇ ବର୍ଷ ପରେ ଜାମିନ ମିଳିଛି । ୫୦,୦୦୦ ପର୍ସନାଲ ବଣ୍ଡ ଏବଂ ୬ ମାସ ପର୍ଯ୍ୟନ୍ତ ମୁମ୍ବାଇ ନ ଛାଡି ଯିବା ପାଇଁ ନିର୍ଦ୍ଦେଶ ସହ ତାଙ୍କୁ ଏହି ସର୍ତମୂଳକ ଜାମିନ ମିଳିଛି । ନକ୍ସଲଙ୍କ ସହ ସମ୍ପର୍କ ରଖିବା ନେଇ ବାରମ୍ବାର ଗିରଫ ହୋଇଛନ୍ତି ।

୧୯୭୩ରେ ମିସା ଆଇନ ବଳରେ ତାଙ୍କୁ ଗିରଫ କରାଯାଇଥିଲା । ସେହିପରି ୧୯୮୬ରେ ରାମନଗର ଷଡଯନ୍ତ୍ରରେ ମଧ୍ୟ ସେ ଅଭିଯୁକ୍ତ ଥିଲେ । ନକ୍ସଲ ସମର୍ଥକ ଏହି କବି ଓ ଲେଖକ କୋରୋଗାଓରେ ମଧ୍ୟ ଉତେଜନାପୂର୍ଣ୍ଣ ଭାଷଣ ଦେଇଥିଲେ । ବାର୍ଦ୍ଧକ୍ୟ ଓ ସ୍ୱାସ୍ଥ୍ୟବସ୍ଥା କାରଣ ଦର୍ଶାଇବାରୁ କୋର୍ଟ ତାଙ୍କୁ ଜାମିନ ଦେଇଛି ।

Comments are closed.