Latest Odisha News

BREAKING NEWS

ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ହୋଟେଲ୍ ଉପରେ ବୋମାମାଡ଼

ଭୁବନେଶ୍ୱର: ଗୁରୁବାର ରାତିରେ ରାଜଧାନୀର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ବୋମାମାଡ଼ ହୋଇଛି । ବାଇକ୍ ଯୋଗେ ୨ ଜଣ ଦୁର୍ବୃତ୍ତ ଜାତୀୟ ରାଜପଥରେ ରସୁଲଗଡ଼ ଛକରେ ପହଞ୍ଚିଥିଲା । ରାତି ପ୍ରାୟ ୮ଟା ୧୫ ପାଖାପାଖି ଓଭରବ୍ରିଜରେ ବାଇକକୁ ରଖି ବୋମା ଫିଙ୍ଗିଥିଲେ ଦୁଇ ଦୁର୍ବୃତ୍ତ ।

ଗୋଟିଏ ବୋମା ହୋଟେଲର ଝରକାରେ ବାଜିଥିବା ବେଳେ ସୌଭାଗ୍ୟବଶତଃ କେହି ମୃତାହତ ହୋଇ ନାହାନ୍ତି । ବୋମାମାଡ଼ ପରେ ଦୁର୍ବୃତ୍ତ ସେଠାରୁ ଖସି ପଳାଇଛନ୍ତି । ସୂଚନା ପାଇ ମଞ୍ଚେଶ୍ୱର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ କିଏ, କାହିଁକି ବୋମାମାଡ଼ କଲା ତାର କାରଣ ଜଣାପଡି଼ନାହିଁ ।

Leave A Reply

Your email address will not be published.