Latest Odisha News

BREAKING NEWS

ପୁଞ୍ଚ ୫ ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ

ଭୁବନେଶ୍ୱର: ଜମ୍ମୁ କାଶ୍ମୀରର ପୁଞ୍ଚରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଥିବା ଜଣାପଡ଼ିଛି । ସେନା ବାହିନୀର ଗାଡ଼ିକୁ ଆତଙ୍କବାଦୀ ଗ୍ରେନେଡ୍ ମାଡ଼ କରିଥିବା ଗାଡ଼ି ଜଳି ଯାଇଥିଲା ।

ସହିଦ ହୋଇଥିବା ଓଡ଼ିଆ ଯବାନ ଜଣଙ୍କ ଘର ପୁରୀ ଜିଲ୍ଲା ସାକ୍ଷୀଗୋପାଳର ଖଣ୍ଡାୟତ ସାହିରେ । ଦେବାଶିଷ ବିଶ୍ୱାଳ ସହିଦ ହୋଇଥିବା ଜଣାପଡ଼ିବା ପରେ ପୂରା ଗାଁ ସ୍ତବ୍ଧ ହୋଇଯାଇଛି । ପ୍ରତାପ ବିଶ୍ୱାଳ ଓ ମମତା ବିଶ୍ୱାଳଙ୍କ ପୁଅ ହେଉଛନ୍ତି ଦେବାଶିଷ ।

ଦେବାଶିଷ ବିଶ୍ୱାଳ ୨୦୨୧ ମସିହା ଅକ୍ଷୟ ତୃତୀୟାରେ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିବା ବେଳେ ତାଙ୍କର ୭ ମାସର ଝିଅଟିଏ ରହିଛି ।

ଗୁରୁବାର ଅପରାହଣ ପ୍ରାୟ ୩ଟା ବେଳେ ସେନାର ଗାଡ଼ି ରାଜୌରୀ ସେକ୍ଟରରୁ ଭିମବେର ଗଳି ଓ ପୁଞ୍ଚ ଦେଇ ଜାତୀୟ ରାଜପଥରେ ଯାଉଥିବା ବେଳେ ଆତଙ୍କବାଦୀ ଆକ୍ରମଣ କରିଥିଲେ ।

Leave A Reply

Your email address will not be published.