Latest Odisha News

BREAKING NEWS

ଖୁବ୍‌ ଶୀଘ୍ର ବଲିଉଡ୍‌ରେ ପାଦ ଥାପିବେ ଶ୍ରୀଦେବୀ ତନୟା ଖୁସୀ କପୁର

ନୂଆଦିଲ୍ଲୀ: ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀ ଏବଂ ନିର୍ମାତ ବୋନି କପୁରଙ୍କ କନ୍ୟା ଜାହ୍ନବୀ କପୁରଙ୍କ ପରେ ବର୍ତ୍ତମାନ ତାଙ୍କ ସାନ ଭଉଣୀ ଖୁସୀ କପୁର ମଧ୍ୟ ଖୁବ୍ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏ ନେଇ ତାଙ୍କ ପିତା ବୋନି କପୁର ସୂଚନା ଦେଇଛନ୍ତି। ବୋନି ନିକଟରେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଖୁସୀ ଖୁବ ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିପାରନ୍ତି।

ନିକଟରେ ଏକ ସାକ୍ଷାତକାରରେ ବୋନି କପୁର ତାଙ୍କ ଝିଅ ଖୁସି କପୁରଙ୍କ ବିଷୟରେ କହିଥିଲେ। ବୋନି କପୁର କହିଛନ୍ତି, ‘ମୋର ସମ୍ବଳ ଅଛି, କିନ୍ତୁ ମୁଁ ଚାହୁଁଛି ଖୁସିଙ୍କୁ ମୁଁ ନୁହେଁ ବରଂ ଅନ୍ୟ କାହାକୁ ଲଞ୍ଚ କରନ୍ତୁ। ଏହାଛଡ଼ା ମୁଁ ଚାହୁଁଛି ଖୁସି ଏହି କ୍ଷେତ୍ରରେ ନିଜର ପରିଚୟ ସୃଷ୍ଟି କରନ୍ତୁ।

Comments are closed.