Latest Odisha News

BREAKING NEWS

ରାଜ୍ୟ ଗ୍ରନ୍ଥାଗାରରେ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ଉତ୍କଳ ଦିବସ ଅବସରରେ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ସପ୍ତାହବ୍ୟାପୀ ପୁସ୍ତକ ପ୍ରଦର୍ଶିନୀ ରଞ୍ଜନ କୁମାର ଦାସଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି।

ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଠାଗାରର କର୍ମଚାରୀ ଶତ୍ରୁଘ୍ନ ବେହେରାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଗ୍ରନ୍ଥାଗାରିକ ସସ୍ମିତା ମିଶ୍ରଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀରେ ବହୁ ବିଶିଷ୍ଟ ବ୍ୟକ୍ତି , ସାମ୍ବାଦିକ, ଲେଖକ ଯୋଗ ଦେଇଥିଲେ ।

Leave A Reply

Your email address will not be published.