Latest Odisha News

BREAKING NEWS

ସମ୍ପୂର୍ଣ୍ଣ ଟିକାକୃତ ଲୋକଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ ଜରୁରୀ ନୁହେଁ

ନୂଆଦିଲ୍ଲୀ: କୋଭିଡ-୧୯ ର ଅତ୍ୟଧିକ ସଂକ୍ରାମକ ଡେଲଟା ଭାରିଆଣ୍ଟକୁ ନେଇ ଭୟ ମଧ୍ୟରେ କିଛି ଦେଶ ବୁଷ୍ଟର ଡୋଜ ଦେବା ଆରମ୍ଭ ହୋଇଛି। କିନ୍ତୁ ଦି ଲାନସେଟରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ସଂପୂର୍ଣ୍ଣ ଟିକାକରଣ ହୋଇଥିବା ଲୋକଙ୍କ ମଧ୍ୟରେ କୋଭିଡ-୧୯ ମୁକାବିଲା ଲାଗି ବୁଷ୍ଟର ଡୋଜର କୌଣସି ଆବଶ୍ୟକତା ନାହିଁ। ରିପୋର୍ଟରେ କୁହାଯାଇଛି ଯେ “କୋଭିଡ-୧୯ର ଗୁରୁତର ମାମଲାକୁ ରୋକିବାରେ ଟିକା ଯଥେଷ୍ଟ ପ୍ରଭାବଶାଳୀ ଅଟେ।

“ସୂଚନା ଅନୁଯାୟୀ ବର୍ତ୍ତମାନ ଉପଲବ୍ଧ ଟିକାଗୁଡ଼ିକ ନିରାପଦ, ପ୍ରଭାବଶାଳୀ ଏବଂ ଜୀବନ ରକ୍ଷାକାରୀ।  ଏହି ଟିକାଗୁଡ଼ିକର ସୀମିତ ଯୋଗାଣ ସର୍ବାଧିକ ଜୀବନ ରକ୍ଷା କରିବ। ବୁଷ୍ଟର ହୋଜ ବଦଳରେ ଏପର୍ଯ୍ୟନ୍ତ କୌଣସି ଟିକା ପାଇ ନଥିବା ଲୋକଙ୍କୁ ଟିକାର ଆବଶ୍ୟକତା ରହିଛି। ବୁଷ୍ଟର ଡୋଜ ପରିବର୍ତ୍ତେ ଯଦି ସବୁ ନାଗରିକଙ୍କୁ ଟିକା ପ୍ରଦାନ କରାଯାଏ ତେବେ କରୋନାକୁ ରୋକିବାରେ ଅଧିକ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି।

Comments are closed.