Latest Odisha News

କାଲିଠାରୁ ମିଳିବ ବୁଷ୍ଟର ଡୋଜ୍, କେମିତି କରିବେ ପଞ୍ଜିକରଣ?

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ଜାନୁଆରୀ ୧୦ (ସୋମବାର)ରୁ ପୁରା ଦେଶରେ ଆରମ୍ଭ ହେବ ବୁଷ୍ଟର ଡୋଜ୍ । ବୁଷ୍ଟର ଡୋଜକୁ ପ୍ରିକସନରୀ ଡୋଜ୍ ମଧ୍ୟ କୁହାଯାଉଛି । ପ୍ରଥମ ପର୍ଯ୍ୟାୟରେ ଏହି ଡୋଜକୁ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର ଏବଂ ୬୦ ବର୍ଷରୁ ଉଦ୍ଧ୍ୱର୍ ନାଗରିକଙ୍କୁ ଦିଆଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଥିପାଇଁ ରାଜ୍ୟରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ନେଇଛନ୍ତି ।

ଯେଉଁମାନେ କୋଭିଡ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ବୁଷ୍ଟର ଡୋଜ୍ ଦିଆଯିବ । ପର୍ଯ୍ୟାୟକ୍ରମମେ ସମସ୍ତଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ । ଯେଉଁମାନେ ଉଭୟ ଡୋଜ୍ ନେଇଥିବେ ସେଇମାନେ ହିଁ ବୁଷ୍ଟର ଡୋଜ୍ ନେବେ । ସ୍ୱିତୀୟ ଡୋଜର ୯ମାସ ପରେ ଲୋକେ ଏହି ବୁଷ୍ଟର ଡୋଜ ନେଇପାରିବେ ।

କାଲିଠୁ ବୁଷ୍ଟର ଡୋଜ ବା ପ୍ରିକସନାରୀ ଡୋଜ ଦିଆଯିବା ଆରମ୍ଭ କରାଯିବାକୁ ଥିବା ବେଳେ ଆଜିଠୁ ଖୋଲିଛି ସ୍ଲଟ । କୋ-ୱିନରେ ପଞ୍ଜିକରଣ ପାଇଁ ଖୋଲିଲା ସ୍ଲଟ । ପୂର୍ବରୁ ଟିକାକରଣ ପାଇଁ ଯେଉଁପରି ସ୍ଲଟ୍ ବୁକ୍ ହେଉଥିଲା ଏବେ ସେହିପରି ସ୍ଲଟ୍ ବୁକ୍ ହେବ। ଆସନ୍ତାକାଲିଠୁ କୋ-ୱିନ ଆପରେ କରିହେବ ପଞ୍ଜିକରଣ ।

ଅନ୍ୟପଟେ କାଲିଠୁ ରାଜଧାନୀ ଭୁବନେଶ୍ବରରେ ମଧ୍ୟ ବୁଷ୍ଟର ଡୋଜ ବା ପ୍ରିକସନାରୀ ଡୋଜ ଟିକାକରଣ ଆରମ୍ଭ ହେଉଥିବା ବେଳେ ଆଜିଠୁ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ନ୍ଇେ ସୂଚନା ଦିଆଯାଇଛି। ବିଏମସି ପକ୍ଷରୁ ଟ୍ବିଟ୍ କରାଯାଇ ଏହି ସୂଚନା ଦିଆଯାଇଛି। ପ୍ରତିଦିନ ଅପରାହ୍ନ ୩ ଟା ଠାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ହେବ ଟିକାକରଣ।

Comments are closed.