Latest Odisha News

ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ

ଭୁବନେଶ୍ବର : ରାଜ୍ୟରେ ପୁଣି ଥରେ ଦ୍ରୁତ ଗତିରେ ବ୍ୟାପୁଛି ମହାମାରୀ କରୋନା ସଂକ୍ରମଣ । ପ୍ରତିଦିନ ବଡ଼ ଧରଣର ପଜିଟିଭ୍ ସଂଖ୍ୟାକୁ ନେଇ ଏବେ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଲାଣି । ସବୁଠୁ ଅଧିକ ଚିନ୍ତା ଏବେ ରାଜଧାନୀ ଭୁବନେଶ୍ବରକୁ ଘାରିଛି । ଅଧିକାଂଶ ଆକ୍ରାନ୍ତ ଭୁବନେଶ୍ବରରୁ ଚିହ୍ନଟ ପରେ ପଦକ୍ଷେପ ତତ୍ପର ହୋଇଛଇ ବିଏମସି । ଅନ୍ୟପଟେ ମହାମାରୀ ବିରୋଧରେ ଆସନ୍ତାକାଲିଠୁ ଭୁବନେଶ୍ବରରେ ଆରମ୍ଭ ହେବ ବୁଷ୍ଟର ଡୋଜ ଟିକାକରଣ ଅଭିଯାନ । ଏଥିପାଇଁ ସ୍ଲଟ୍ ବୁକିଂ କରିବାକୁ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ପ୍ରତିଦିନ ଅପରାହ୍ନ ୩ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଟିକାକରଣ । Cowin appରେ ଅର୍ଥାତ cowin.gov.inରେ ସ୍ଲଟ ବୁକିଂ କରିବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ସମ୍ମୁଖ ଯୋଦ୍ଧା, ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠ ନାଗରିକଙ୍କୁ ବୁଷ୍ଟର ଡୋଜ ନେବାକୁ ଅନୁମତି ମିଳିବ । ୯ ମାସ ପୂର୍ବରୁ ଦ୍ବିତୀୟ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ ଦିଆଯିବ । ବୁଷ୍ଟର ଡୋଜ ନେବା ସମୟରେ ଦ୍ବିତୀୟ ଡୋଜ୍ ଟିକା ଗ୍ରହଣର ପ୍ରମାଣପତ୍ର ଆଣିବା ଜରୁରୀ ବୋଲି କହିଛି ବିଏମସି ।

Comments are closed.