Latest Odisha News

ଆସାମ ସିଏମ୍‌ଙ୍କ ବିରୋଧରେ ଏଫଆଇଆର ପ୍ରତ୍ୟାହାର କରିବ ମିଜୋରାମ

ନୂଆଦିଲ୍ଲୀ: ମିଜୋରାମ ଏବଂ ଆସାମ ସୀମା ବିବାଦକୁ ନେଇ ଉପୁଜିଥିବା ସଂଘର୍ଷକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ମିଜୋରାମ। ପଞ୍ଜୀ

କୃତ ହୋଇଥିବା ଏଫଆଇଆର ଉପରେ ମିଜୋରାମ ସରକାର ପୁନର୍ବାର ଦୃଷ୍ଟି ଦେବେ ବୋଲି ମିଜୋରାମ ମୁଖ୍ୟ ଶାସନ ସଚିବ ଲାଲୁନୁମାୱିଆ ଚୁଆଙ୍ଗୋ କହିଛନ୍ତି।

ଲାଲନୁମାୱିଆ ଚୁଆଙ୍ଗୋ କହିଛନ୍ତି ଯେ ହିମନ୍ତ ବିଶ୍ବା ଶର୍ମା ବିରୋଧରେ ଆରମ୍ଭ ହୋଇଥିବା ଏଫଆଇଆର ବିଷୟରେ ସେ ଏବଂ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ଜାଣି ନଥିବା କହିଛନ୍ତି। ମୁଁ ଅଧିକାରୀଙ୍କ ସହ କଥା ହେବି।”

ଜୁଲାଇ ୩୦ରେ ଆସାମ-ମିଜୋରାମ ସୀମାରେ ହୋଇଥିବା ସଂଘର୍ଷରେ ହତ୍ୟା ଉଦ୍ୟମ ତଥା ଅପରାଧିକ ଷଡଯନ୍ତ୍ର ଅଭିଯୋଗରେ ଆସାମ ପୋଲିସର ଚାରିଜଣ ବରିଷ୍ଠ ଅଧିକାରୀଙ୍କ ସହ ହିମାନ୍ତ ବିଶ୍ୱ ଶର୍ମାଙ୍କୁ ମାମଲା ରୁଜୁ କରାଯାଇଥିଲା।

Comments are closed.