Latest Odisha News

BREAKING NEWS

ଜିମ୍ବାୱେ ଜାତୀୟ କ୍ରିକେଟ୍ ଦଳର ଭାରତୀୟ କୋଚ୍‌ଙ୍କୁ ପାକିସ୍ତାନ ମନା !

ନୂଆଦିଲ୍ଲୀ: ପାକିସ୍ତାନରେ ଜିମ୍ବାୱେ କ୍ରିକେଟ ଦଳ ତିନୋଟି ଲେଖାଏଁ ଦିନିକିଆ ଓ ଟି୨୦ ସିରିଜ୍ ଖେଳିବ । ଅକ୍ଟୋବର ୩୦ରେ ପ୍ରତିଯୋଗୀତା ଆରମ୍ଭ ହେବାକୁ ଥିବାବେଳେ କରୋନା ମାହାମାରୀ ପାଇଁ ଦର୍ଶକଙ୍କୁ ମିଳିବନି ଷ୍ଟାଡିୟମରେ ପ୍ରବେଶ ଅନୁମତି । ମଙ୍ଗଳବାର ଜିମ୍ବାୱ୍ୱେ ଦଳ ପାକିସ୍ତାନରେ ପହଂଚିଥିଲା ।

ଜିମ୍ବାୱ୍ୱେ କ୍ରିକେଟ ଦଳର ମୁଖ୍ୟ କୋଚ୍ ହେଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର୍ ଲାଲଚନ୍ଦ ରାଜପୁତ । ସମସ୍ତ କ୍ରିକେଟର ପାକିସ୍ତାନ ଯାଇଥିଲେ ହେଁ ଲାଲଚନ୍ଦ କିନ୍ତୁ ଅନୁମତି ପାଇନଥିଲେ । ଏଥିପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସାଜିଛି କାରଣ । ଜିମ୍ବାୱ୍ୱେ କ୍ରିକେଟ ବୋର୍ଡ ଅନୁଯାୟୀ ଭାରତୀୟ ଦୂତାବାସର ହସ୍ତକ୍ଷେପ ପରେ ଲାଲଚନ୍ଦଙ୍କୁ ପାକିସ୍ତାନ ଯିବାକୁ ମନା କରାଯାଇଥିଲା ।

ଭାରତ ହସ୍ତକ୍ଷେପ କରିବାର ବହୁ ପୂର୍ବରୁ ପାକିସ୍ତାନ ଦୂତାବାସ ଲାଲଚନ୍ଦଙ୍କୁ ଭିସା ପ୍ରଦାନ କରିଥିଲା । ଅନ୍ୟପଟେ ପାକିସ୍ତାନରେ ପହଂଚିଥିବା ଜିମ୍ବାୱ୍ୱେ କ୍ରିକେଟ ଦଳର ସଦସ୍ୟଙ୍କର କରୋନା ଟେଷ୍ଟ ସରିଥିଲାବେଳେ ତାଙ୍କୁ ୭ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବାକୁ ଆଦେଶ ମିଳିଛି । ଦୀର୍ଘ ୫ ବର୍ଷ ପରେ ପ୍ରଥମ ଥର ପାଇଁ ଜିମ୍ବାୱ୍ୱେ ଦଳ ପାକିସ୍ତାନ ଯାଇଛି । ଲାଲଚନ୍ଦ ରାଜପୁତଙ୍କ ବଦଳରେ ବୋଲିଂ କୋଚ୍ ଡଗଲାସ୍ ହୋଣ୍ଡୋ ଦଳର ମୁଖ୍ୟ କୋଚ୍ ଭାବେ ଦାୟିତ୍ୱ ତୁଲାଇବେ ।

Leave A Reply

Your email address will not be published.