Latest Odisha News

BREAKING NEWS

ଇଣ୍ଡିଗୋ ବିମାନରେ ଧୂଆଁ ନୁହେଁ କୁହୁଡ଼ି ଥିଲା

ନୂଆଦିଲ୍ଲୀ: ବୁଧବାର ରାୟପୁର-ଇନ୍ଦୋର ବିମାନରେ ଧୂଆଁ ନୁହେଁ ବରଂ କୁହୁଡ଼ି ଥିଲା । ବୁଧବାର ବିଭିନ୍ନ ଗଣମାଧ୍ୟମ ଏବଂ କିଛି ଜାତୀୟ ସ୍ତରୀୟ ଖବର ସରବରାହ ସଂସ୍ଥା ଇଣ୍ଡିଗୋ ବିମାନରେ ଧୂଆଁ ବାହାରିଥିବା ଖବର ପ୍ରକାଶ କରିଥିଲେ ।

ଏହି ଖବର ଜଣେ ବିମାନର ଜଣେ କ୍ୟାବିନ କ୍ରିଉଙ୍କ ସୂଚନା ଆଧାରରେ ପ୍ରକାଶ କରାଯାଇଥିଲା । ଗୁରୁବାର ଇଣ୍ଡିଗୋ ପକ୍ଷରୁ ଏ ବିଷୟରେ ସ୍ପଷ୍ଟୀକରଣ ଦିଆଯାଇଛି ।

ଇଣ୍ଡିଗୋ ବିମାନର କ୍ୟାବିନ ଭିତରୁ ଧୂଆଁ ବାହାରିନଥିଲା, ଏହା କୁହୁଡ଼ି ଥିଲା । ଗୁରୁବାର ଇଣ୍ଡିଗୋ ଜନସଂପର୍କ ଅଧିକାରୀ ଏହି ସୂଚନା ଦେଇଛନ୍ତି । କେହି ବ୍ୟକ୍ତି ମନ୍ଦ ଉଦ୍ଦେଶ୍ୟ ସହିତ ଏଭଳି ଭ୍ରମାତ୍ମକ ଖବର ବାହାରକୁ ଛାଡ଼ିଛି ବୋଲି ଇଣ୍ଡିଗୋ କହିଛି ।

ଡିଜିସିଏର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ ଯେ, ଇଣ୍ଡିଗୋ (ଏ୩୨୦ ନିଓ ଏୟାରକ୍ରାଫ୍ଟ ଭିଟି-ଆଇଜେଓ୍ବାଇ ବିମାନ ୬ଇ-୯୦୫) ବିମାନରୁ ଧୂଆଁ ବାହାରୁଥିବା ଅଭିଯୋଗ ଆସିଛି ବୋଲି ସେ କହିଥିଲେ । ଇନ୍ଦୋରରେ ବିମାନ ଅବତରଣ କରିବା ପରେ କ୍ୟାବିନ କ୍ରିଉ ଜଣେ ଧୂଆଁ ବାହାରୁଥିବା ଦେଖିଥିଲେ ବାେଲି ସେ କହିଥିଲେ ।

ଗୁରୁବାର ଏନେଇ ସ୍ପଷ୍ଟୀକରଣ ରଖିଛି ଇଣ୍ଡିଗୋ । ଧୂଆଁ ବାହାରୁଥିବା ଖବର ମିଛ । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ଖବର ମିଛ କହିବା ସହ କେହି ମନ୍ଦ ଉଦ୍ଦେଶ୍ୟ ରହିତ ବ୍ୟକ୍ତି ଇଣ୍ଡିଗୋକୁ ବଦନାମ କରିବା ଉଦ୍ଦେଶ୍ୟରେ ଏଭଳି କରିଥିବା ମୁଖପାତ୍ର କହିଛନ୍ତି ।

 

Leave A Reply

Your email address will not be published.