ଭୁବନେଶ୍ୱର: ଆଗକୁ ଆସୁଛି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନିତ ଫିଲ୍ମ ‘ବସ’ । ଏହି ଫିଲ୍ମ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ । ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ଜଣାଯାଇଛି ।
ଏବେ ଏହାର ସେନ୍ସର କାମ ସରିଛି । ଜଣାଶୁଣା ସିନେ ପ୍ରଯୋଜକ ରମେଶ ବାରିକଙ୍କ ପ୍ରଯୋଜନା ଏବଂ ତ୍ରିପତି ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଫିଲ୍ମ ବସକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ‘ୟୁ’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଏହି ଫିିଲ୍ମ୍ର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି । ‘ବସ୍’ ର ମୁଖ୍ୟଭୂମିକାରେ ଅଭିନୟ କରିବା ସହ କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ୱ ନିଭାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନାୟକ ଭୂମିକାରେ ନଜର ଆସିବେ ଉଭୟ ଛୋଟ ଓ ବଡ଼ ପରଦାରେ ସକ୍ରିୟ ନାୟକ ରାଜ୍ ରାଜେଶ । ଏହାଛଡ଼ା ହରି ଓ ଅରବିନ୍ଦ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖା ଦେବେ । ‘ବସ୍’ ଫିଲ୍ମର ସଂଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର ।
BREAKING NEWS
- ଅକ୍ଟୋବରରେ ଓଡ଼ିଶା ଆସିପାରନ୍ତି ରାହୁଲ ଗାନ୍ଧି
- ପୁଣି ଡରାଇଲା ଅକ୍ଟୋବର! ୨୦ ରେ ଲଘୁଚାପ, ଆସୁଛି ୩ଟି ବାତ୍ୟା
- ଓପନ୍ ଏନକ୍ଲୋଜରକୁ ଯିବେ ୫ ଓରାଙ୍ଗଉଟାନ
- Nuakhai 2026: ମା’ ସମଲେଇଙ୍କ ନିକଟରେ ଲାଗି ହେଲା ନବାନ୍ନ
- ବ୍ରାଣ୍ଡ ” ବୈଭବ ” ବିଜ୍ଞାପନ ପାଇଁ ଦିନକୁ ଦେଢ଼ କୋଟି ରୁ ୨ କୋଟି ରୋଜଗାର
- ଏୟାର ଇଣ୍ଡିଆକୁ କାରଣ ଦର୍ଶାଅ ନୋଟିସ୍, ଜାଣନ୍ତୁ କଣ ରହିଛି କାରଣ…
- ୧୯ରୁ ଫେରିଯିବ ମୌସୁମୀ ବାୟୁ…
- ଆକାଶରେ ବିରଳ ଦୃଶ୍ୟ, ଚନ୍ଦ୍ର ପଛରେ ଲୁଚିଗଲା ଶୁକ୍ର
- ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା; ଜାଣନ୍ତୁ କାହିଁକି ଧୁମଧାମରେ କରାଯାଏ ପାଳନ
- ଢାକା ବିଶ୍ୱବିଦ୍ୟାଳୟରେ ଫୋଟୋ ବିବାଦ: ବଙ୍ଗବନ୍ଧୁ ଆଉଟ୍, ଜିନ୍ନା ଇନ୍

Comments are closed.