Latest Odisha News

ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର

ଭୁବନେଶ୍ୱର: ଦୀର୍ଘ ଦିନ ଧରି ସରକାରୀ ଦଳ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ହେବା ନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା। ବର୍ତ୍ତମାନ ଚର୍ଚ୍ଚାର ଘଟିଛି ଅବସାନ। ମନ୍ତ୍ରୀ ମିଳିନଥିବା ସ୍ଥାନରୁ ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଦେଲେ ମୋହନ ସରକାର।

ବୌଦ୍ଦ ବିଧାୟକ ସରୋଜ ପ୍ରଧାନଙ୍କୁ ମୁଖ୍ୟ ସଚେତକ କରାଯାଇଥିବା ବେଳେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ହୋଇଛନ୍ତି ସରକାରୀ ଦଳ ଉପମୁଖ୍ୟ ସଚେତକ। ଗତକାଲିଠାରୁ ବିଧାନସଭାର ୨୭ ଦିନିଆ ଅଧିବେଶନ ଆରମ୍ଭ ହୋଇଛି। ଉଭୟ ତତ୍କାଳ ପ୍ରଭାବରୁ ଏହି ଦାୟିତ୍ୱ ତୁଲାଇବେ। ଏନେଇ ରାଜ୍ୟ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ସରକାର ଗଢିବାର ମାସେରୁ ଉର୍ଦ୍ଧ୍ୱ ସମୟ ପରେ ସୋମବାର ଏହି ଦୁଇ ସାମ୍ବିଧାନିକ ପଦରେ ମୋହନ ମାଝୀ ସରକାର ନିଯୁକ୍ତ ଦେଇଛନ୍ତି। ସୂଚନା ଅନୁସାରେ ଆସନ୍ତା ୨୫ ତାରିଖ ଗୃହରେ ଉପସ୍ଥାପିତ ହେବ ବିଜେପି ସରକାରଙ୍କ ପୂର୍ଣ୍ଣକାଳୀନ ବଜେଟ୍।

Comments are closed.