Latest Odisha News

BREAKING NEWS

୫ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଗଛ ନଷ୍ଟକଲା ପୋଲିସ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଗଞ୍ଜେଇ କାରାବାର । ଏହାକୁ ଦୃଷ୍ଟିରେ ରଖି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସ୍ଥାନୀୟ ପ୍ରଶାସନ ।

BjdElectrycity

ସୂଚନାନୁସାରେ, ଜିଲ୍ଲାର ଉପାନ୍ତ ଅଂଚଳ ଗୁଡିକରେ ବ୍ୟାପକ ପରିମାଣର ଗଂଜେଇ ଚାଷ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଥିଲା। ଅଭିଯୋଗ କୁ ଆଧାର କରି ମନମୁଣ୍ଡା ଥାନା ସାରାଗଡୁ ଗ୍ରାମ୍ୟ ଜଙ୍ଗଲରେ ଉଭୟ ପୋଲିସ ଓ ବନବିଭାଗ ପାଖରୁ ୧୦୧.୧୫ ଏକରର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଥିବାର ସୂଚନା ମିଳିଛି ।

Bjd_BSKY

ପାଖାପାଖି ୫୦ ହଜାର ଗଛ ନଷ୍ଟ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୫ କୋଟି ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଇଛି ।

Leave A Reply

Your email address will not be published.