Latest Odisha News

BREAKING NEWS

ଡକାୟତି ଯୋଜନା ପଣ୍ଡ, ୫ ଜଣଙ୍କୁ ବାନ୍ଧିଲା ପୁରୀ ପୋଲିସ

ପୁରୀ: ଡକାୟତି କରିବାକୁ ଯୋଜନା କରୁଥିଲେ । ପହଞ୍ଚିଗଲା ପୋଲିସ । ୫ ଜଣଙ୍କୁ ଗିରଫ କରାଯାଇଛି । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ଲୁହାପଡା ମଦ ଦୋକାନ ନିକଟରୁ ଏମାନଙ୍କୁ ଗିରଫ କରିଛି । ଜବତ ହୋଇଛି ମାରଣାସ୍ତ୍ର, ଅଫୁଟା ବୋମା ଓ ବାଇକ୍ ।

ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ଥାନା ବେଣୀପଞ୍ଜରିର ରାଜୁ ଖାନ, ମୁକ୍ତର ଖାନ, ମୁଜାହିଦ ଖାନ, ସକାବତ ଖାନ ଓ ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଡାର ସୁନୀଲ ଜେନା ।

ଗିରଫ ଅଭିଯୁକ୍ତଙ୍କ ନାମରେ ପୁରୀ, ଖୋର୍ଦ୍ଧା ସମେତ ଅନ୍ୟାନ୍ୟ ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ପାଞ୍ଚ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଚମ୍ପଟ ମାରିଛନ୍ତି ଆଉ ଦୁଇ ଜଣ । ସେମାନଙ୍କୁ କାବୁ କରିବା ପାଇଁ ତନାଘନା ଚାଲିଛି ।

Leave A Reply

Your email address will not be published.