ନୂଆଦିଲ୍ଲୀ: ମହିଳା ଟ୍ରେନିଂଙ୍କୁ ଅଶୋଭନୀୟ ବ୍ୟବହାର ଅଭିଯୋଗରେ ହରିୟାଣା ବକ୍ସିଂ କୋଚ୍ ସନ୍ଦୀପ କୁମାରଙ୍କୁ ଗିରଫ କରାଯାଇଛି। ଫେବୃୟାରୀରେ ଓ୍ବେଷ୍ଟ ବେଙ୍ଗଲ କ୍ଲାସିକ ବକ୍ସିଂ ଚାମ୍ପିୟନଶିପ୍ ପାଇଁ କୋଲକାତା ଗସ୍ତ କରୁଥିବାବେଳେ ଏହି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ମହିଳା ପ୍ରଶିକ୍ଷକ ଜଣକ । ପ୍ରଥମେ ଟ୍ରେନ ଯାତ୍ରାବେଳେ ଓ ପରେ କୋଲକାତାରେ ଦଳ ରହୁଥିବାବେଳେ କୋଚ୍ ତାଙ୍କୁ ମାଡ଼ ମାରିଥିଲେ।
ପୋଲିସ ଦ୍ୱାରା ଗିରଫ ହୋଇଥିବା ସନ୍ଦୀପ ମଲିକ ହରିୟାଣା ପାଇଁ ପ୍ରତିନିଧିତ୍ୱ କରି ୨୦୦୯ରେ ଜାତୀୟସ୍ତରୀୟ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେ ୫୭ କେଜି ଓଜନ ବର୍ଗରେ ଖେଳୁଥିଲେ। ସୋନେପତ୍ର ଏକ ବକ୍ସିଂ ଏକାଡେମୀକୁ ସନ୍ଦୀପ କୁମାର ପରିଚାଳନା କରନ୍ତି। ତାଙ୍କୁ ଏକାଡେମୀରୁ ଗିରଫ କରାଯାଇଛି। ଏକ ଯୌନ ଉତ୍ପୀଡ଼ନ ମାମଲା ନୂଆଦିଲ୍ଲୀ ପୋଲିସ ଷ୍ଟେଶନରେ ପଞ୍ଜିକୃତ କରାଯାଇଛି। ସେ ବିବାହିତ ଓ ତାଙ୍କର ଦୁଇ ଛୁଆ ଅଛନ୍ତି ବୋଲି ରେଲ୍ଓ୍ବେ ଡିସିପି ହରେନ୍ଦ୍ର କୁମାର ସିଂ କହିଛନ୍ତି।
Comments are closed.